ଗୋରୁ ଚାଲାଣ ବେଳେ ପୋଲିସକୁ ଦେଖି ଖସିଗଲେ ଚାଳକ ଓ ମାଫିଆ

ଗୋରୁ ଗାଡି ଚଳାଇ ଥାନାକୁ ଆଣିଲେ ଥାନାଧିକାରୀ ପଦ୍ମାଳୟା
କେନ୍ଦ୍ରାପଡ଼ା,୨୪/୦୫/୨୦୨୬ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଏରାପୁରୁଷୋତମପୁରରେ ଗୋରୁ ଚାଲାଣ ରୋକିବା ସମୟରେ ଗୋରୁ ମାଫିଆ ଓ ଗାଡି ଚାଳକ ଫେରାର ହୋଇଯାଇଛନ୍ତି । ଫଳରେ ଗୋରୁ ଗାଡିକୁ ନିଜେ ଥାନାଧିକାରୀ ପଦ୍ମାଳୟା ପ୍ରଧାନ ଚଳାଇ ଥାନାକୁ ଆଣିଛନ୍ତି । ଏହି ଘଟଣାକୁ ନେଇ ସମଗ୍ର ଜିଲାରେ ସଦର ଥାନାଧିକାରୀ ପଦ୍ମାଳୟା ପ୍ରଧାନଙ୍କ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଓ ସାହସକୁ ପ୍ରଶଂସା କରାଯାଇଛି । ସୂଚନା ଅନୁଯାୟୀ ଶନିବାର ରାତି ପ୍ରାୟ ୨ଟାରେ କେନ୍ଦ୍ରାପଡ଼ା ସଦରଥାନା ଅଧିନ ଏରା ପୁରୁଷୋତମପୁର ଦେଇ ଗୋ ଚାଲାଣ ହେଉଥିବା ସମ୍ପର୍କରେ ଏକ ବିଶେଷ ସୂତ୍ରରୁ ଖବର ପାଇ କେନ୍ଦ୍ରାପଡ଼ା ସଦର ଥାନାଧିକାରୀ ପଦ୍ମାଳୟା ପ୍ରଧାନ ତାଙ୍କ ଟିମ୍ ସହ ଛକି ବସିଥିଲେ ।

ଗୋରୁ ଗାଡି ଏରାପୁରୁଷୋତମପୁର ନିକଟରେ ପହଂଚିବା କ୍ଷଣି ପୋଲିସ ଗାଡିକୁ ଅଟକାଇଥିଲା । ପୋଲିସ ଗାଡି ଦେଖି ଗୋରୁ ମାଫିଆମାନେ ଦୌଡି ପଳାଇଥିଲେ । ଏଥିସହ ଗୋରୁ ଗାଡି ଚଳାଉଥିବା ଚାଳକ ମଧ୍ୟ ଫେରାର ହୋଇ ଯାଇଥିଲା । ପୋଲିସ ଏହି ରାକେଟ୍ ରେ କାମ କରୁଥିବା ଜଣେ ସହଯୋଗୀଙ୍କୁ ଧରିଥିଲେ । ହେଲେ ସେ ଗାଡି ଚଳାଇବା ଶିଖି ନଥିଲେ । ତେଣୁ ବିଳମ୍ବିତ ଅନ୍ଧକାର ରାତିରେ ସଦର ଥାନାଧିକାରୀ ଶ୍ରୀମତୀ ପ୍ରଧାନ ନିଯେ ଗୋରୁ ଗାଡି ଚଳାଇ ଥାନାକୁ ଆଣିିଥିଲେ । ତାଙ୍କର ଏହି କାର୍ଯ୍ୟ ପାଇଁ ତାଙ୍କୁ ଜିଲା ପୋଲିସ ମୁଖ୍ୟାଳୟ ପକ୍ଷରୁ ପ୍ରଶଂସା କରାଯାଇଛି ।

ଏ ସଂକ୍ରାନ୍ତରେ ଥାନାଧିକାରୀ ଶ୍ରୀମତୀ ପ୍ରଧାନଙ୍କୁ ପଚାରିବାରୁ ସେ କହିଲେ ଗୋରୁ ଚାଲାଣ ହେବା ନେଇ ଏକ ବିଶେଷ ସୂତ୍ରରୁ ଖବର ମିଳିଥିଲା । ଫଳରେ ଆମେ ଟିମ୍ ସହ ଏରା ପରୁଷୋତମପୁରରେ ଜଗି ରହିଥିଲୁ । ଗାଡି ଆସିବା ସେଙ୍ଗ ସେଙ୍ଗ ଆମେ ଗାଡିକୁ ଅଟକାଇଥିଲୁ । ହେଲେ ଗାଡିରେ ଥିବା ଚାଳକ ଓ ମାଫିଆମାନେ ଗାଡି ଛାଡି ଫେରାର ହୋଇ ଯାଇଥିଲେ । ଏହି ରାକେଟ୍ ରେ କାମ କରୁଥିବା ଜଣେ ଯୁବକଙ୍କୁ ଆମେ ଧରିବାରେ ସକ୍ଷମ ହୋଇଥିଲୁ । ଗାଡି ଚଳାଇବା ପାଇଁ କୌଣସି ଚାଳକ ନ ଥିବାରୁ ମୁଁ ନିଜେ ୧୦ କିଲୋମିଟର ଗାଡି ଚଳାଇ ଥାନାକୁ ଆଣିଥିଲିି ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *