Breaking News : ବ୍ରହ୍ମପୁରରେ ପୁଣି ପୋଲିସର ଏନ୍‌କାଉଣ୍ଟର : ଅପରାଧୀ ଜଗା ଆହତ

ବ୍ରହ୍ମପୁର, ୨୫/୦୫/୨୦୨୬ (ଓଡ଼ିଶା ସମାଚାର)- ଗତ କାଲି ୨୪ ତାରିଖ ଅର୍ଥାତ ରବିବାର ରାତିରେ ବଡ଼ବଜାର ଥାନା ଅଞ୍ଚଳର ଅମ୍ବିକା ନଗରରେ ୫ଦିନ ତଳେ ଜାମିନରେ ଆସିଥିବା ମଙ୍ଗଳା ବେହେରାଙ୍କୁ ବିଚ୍ ରାସ୍ତାରେ ଦୁଇ ଜଣ ଯୁବକ ହମାନୁଷିକଭାବେ ଖଣ୍ଡା ଚୋଟ ପକାଇ ମରଣାନ୍ତକ ଆକ୍ରମଣ କରିଥିଲେ । ଜୀବନ ବିକଳରେ ମଙ୍ଗଳା ରଡ଼ି ଛାଡ଼ୁଥିଲେ । ସେହିରାସ୍ତାରେ ଲୋକମାନେ ଚଳାଚଳ କରୁଥିଲେ ମଧ୍ୟ ଭୟରେ କେହି ପାଟି ଖୋଲିନଥିଲେ । ବର୍ବରତାର ସୀମା ଟପିଯାଇଥିବା ଦୃଶ୍ୟ ସୋସିଲ ମିଡିଆରେ ଭାଇରଲ ହୋଇଥିଲା। ଯାହାକି ପରବର୍ତି ସମୟରେ ସ୍ଥାନୀୟ ଅଂଚଳରେ ଉତେଜନା ସୃଷ୍ଟି କରିଥିଲା । ଜଗା ଓ ବଳିଆ ଦୁଇଭାଇ ମଙ୍ଗଳାଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ମଙ୍ଗଳା ଙ୍କ ପରିବାର କହିଥିଲେ ।

ମଙ୍ଗଳାଙ୍କୁ ସଙ୍କଟଜନକ ଅବସ୍ଥାରେ ଉଦ୍ଧାର କରାଯାଇ ଏମକେସିଜି ମେଡ଼ିକାଲ କଲେଜ ହସପିଟାଲ ରେ ଭର୍ତି କରାଯାଇ ଚିକିତ୍ସା କରାଯାଉଛି । ଏହି ଘଟଣା ପରେ ସ୍ଥାନୀୟ ଅଂଚଳରେ ଉତେଜନା ସୃଷ୍ଟି ହେବା ସହିତ ଲୋକମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ବଡ଼ବଜାର ପୁଲିସ ଘଟଣାର ତଦନ୍ତ ଜାରି ରଖିଛି । ଏହି ଘଟଣା ପୋଲିସ ପାଇଁ ଖୋଲା ଚ୍ୟାଲେଞ୍ଜ ହୋଇଥିଲା। ଏହାର ଜବାବ ଦେବାକୁ ଯାଇ ରବିବାର ବିଳମ୍ବିତ ରାତିରେ ଜଗା ଓରଫ ଜଗନ୍ନାଥ ସାହୁଙ୍କୁ ପୁଲିସ ଏନକାଉଂଟର କରିଛି। ବ୍ରହ୍ମପୁର ଉପକଣ୍ଠ ବାଉରୀ ସୁକୁଣ୍ଡା ଅଞ୍ଚଳରେ ଏହି ଏନ୍‌କାଉଣ୍ଟର ଘଟିଛି ।ଘଟଣାର ଭିଡିଓ ଭାଇରଲ ହେବାର ମାତ୍ର ୫ ଘଣ୍ଟା ଭିତରେ ପୋଲିସ ତାକୁ ଟ୍ରାକ୍ କରିଥିଲା । ପୋଲିସ ଟିମ୍ ପହଞ୍ଚିବା ପରେ ଜଗା ବୋମା ଫିଙ୍ଗି ଖସିଯିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ପରେ ପୋଲିସର ପାଲଟା ଗୁଳିରେ ସେ ଆହତ ହୋଇଥିଲା। ଜଗାର ଦୁଇ ଗୋଡ଼ରେ ଦୁଇଟି ଗୁଳି ବାଜିଥିବାରୁ ତାକୁ ଏମକେସିଜି ଡିକାଲ କଲେଜ ହସପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି। ସେ ଏବେ ପୋଲିସ ହେପାଜତରେ ଚିକିତ୍ସାଧୀନ । ଏହି ଘଟଣାରେ ସଂପୃକ୍ତ ଜାଗା ର ଭାଇ ବଳିଆ ଏବେ ଫେରାର ଥିବା କିମ୍ବା ଆତ୍ମଗୋପନରେ ଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି ।


ସୂଚାଯୋଗ୍ୟ ଗଞ୍ଜାମ ଜିଲାରେ ଗତ ମାସକ ମଧ୍ୟରେ ୧୦ ହତ୍ୟାକାଣ୍ଡ, ଗୋଷ୍ଠୀ କନ୍ଦଳକୁ ନେଇ ଏକାଧିକ ହଣାକଟା ଘଟଣା ଯୋଗୁ ଆଇନଶୃଙ୍ଖଳା ବିପର୍ୟସ୍ତ ହୋଇପଡିଥିଲା। ଯାହାକି ପୋଲିସ ପାଇଁ ଖୋଲା ଚ୍ୟାଲେଞ୍ଜ ହୋଇପଡିଥିଲା। ଏପରିକି ପୋଲିସ କାର୍ୟ୍ୟଦକ୍ଷତା ଉପରେ ପ୍ରଶ୍ନ ସୃଷ୍ଟି କରିଛି। ଗତ ୧୬ରେ ଲାଞ୍ଜିପଲି ଅଞ୍ଚଳର ଜଣେ ଭେଟେରାନ କ୍ରିମିନାଲ ଦିପୁ ନାୟକ ଓରଫ ଦିପୁନାଙ୍କ ସହ ଗୋପାଳପୁର ପୋଲିସର ମୁହାଁମୁହିଁ ଗୁଳି ବିନିମୟ ହୋଇଥିଲା। ପୋଲିସ ଗୁଳିରେ ଦିପୁନା ଗୁରୁତର ହୋଇଥିଲେ। ସେହିପରି ଗତ ୧୮ ତାରିଖରେ ଗିରିରୋଡରେ ଅପରାଧୀ ଗୋଷ୍ଟି ଅନ୍ୟ ଏକ ଗୋଷ୍ଠୀର ଉମେଶ ରଥଙ୍କୁ ବିଚ୍ ରାସ୍ତାରେ ଆକ୍ରମଣ କରିବା ସହ ବର୍ବରତାର ସୀମା ଟପିଯାଇଥିଲା। ଏହି ଘଟଣାରେ ଟାଉନ ଥାନା ପୋଲିସ ମୁକ୍ତେଶ ସାହୁଙ୍କୁ ଟାମଣା ଘାଟିରେ ଗତ ୨୦ ରେ ଏନକାଉଣ୍ଟର କରିଥିଲା। ଏହା ସତ୍ତ୍ୱେ ୨୪ ତାରିଖ ଅର୍ଥାତ ରବିବାର ରାତିରେ ବଡ଼ବଜାର ଥାନା ଅଞ୍ଚଳର ୫ଦିନ ତଳେ ଜାମିନରେ ଆସିଥିବା ମଙ୍ଗଳା ବେହେରାଙ୍କୁ ବିଚ୍ ରାସ୍ତାରେ ଅପରାଧୀ ଗୋଷ୍ଠୀ ଗୋଟିଏ ପରେ ଗୋଟିଏ ଖଣ୍ଡା ଚୋଟ ପକାଇ ବର୍ବରର ସୀମା ଟପିଯାଇଥିବା ଦୃଶ୍ୟ ସୋସିଲ ମିଡିଆରେ ଭାଇରଲ ହୋଇଥିଲା। ଯାହାକି ପୋଲିସ ପାଇଁ ଖୋଲା ଚ୍ୟାଲେଞ୍ଜ ହୋଇଥିଲା।

ଅପରାଧୀମାନଙ୍କ କାଉଣ୍ଟର ଆକ୍ରମଣର ପୋଲିସ ଜବାବ ଦେବାକୁ ଯାଇ ରବିବାର ବିଳମ୍ବିତ ରାତିରେ ଜଗା ଓରଫ ଜଗନ୍ନାଥ ସାହୁଙ୍କୁ ଗୁଳି କରିଛି। ଜଗାଙ୍କର ଦୁଇ ଗୋଡ଼ରେ ଦୁଇଟି ଗୁଳି ବାଜିଥିବାରୁ ତାଙ୍କୁ ଏବେ ଏମକେସିଜି ମେଡିକାଲର ଆଇସିୟୁରେ ଭର୍ତ୍ତି କରାଯାଇଛି। ସେ ଏବେ ପୋଲିସ ହେପାଜତରେ ଚିକିତ୍ସାଧୀନ ରହିଛନ୍ତି। ବ୍ରହ୍ମପୁର ପୋଲିସ ଏବେ ଆକ୍ସନ ମୋଡ୍ରେ। ଗତ ୯ଦିନ ଭିତରେ ତିନୋଟି ବର୍ବରକାଣ୍ଡରେ ସମ୍ପୃକ୍ତ ତିନିଜଣ ଅଭିଯୁକ୍ତଙ୍କୁ ପୋଲିସ ଏବେ ଗୁଳି କରି କାବୁ କରିସାରିଛି। ଏହି ଘଟଣାରେ ସଂପୃକ୍ତ ଜାଗାଙ୍କ ଭାଇ ବଳିଆ ଏବେ ଫେରାର ରହିଛନ୍ତି। ଗଞ୍ଜାମ ଜିଲାରେ ଏଯାବତ ୬୬ଟି ଏନକାଉଣ୍ଟର ହୋଇଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *