କଟକ,୧୮/୦୩/୨୦୨୪(ଓଡ଼ିଶା ସମାଚାର) – କ୍ୟାଣ୍ଟନମେଣ୍ଟ ରୋଟାରୀ କ୍ଲବ ଓ କିଟ ବିଶ୍ଵବିଦ୍ୟାଳୟ ଡେଣ୍ଟ।ଲ ସାଇନ୍ସ ମିଳିତ ଆନୁକୁଲ୍ୟରେ କଟକ ସଦର ୪୨ମୌଜା ରାଉତରାପୁର ସ୍ଥିତ ଲିଲି ଇଣ୍ଟରନ୍ୟାସନାଲ ସ୍କୁଲରେ ଦନ୍ତ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇ ଶିବିରରେ ଶହେ ଜଣ ଗ୍ରାମବାସୀ ଦନ୍ତ ଚିକିତ୍ସା କରିଥିଲେ । ସମାଜସେବୀ ପ୍ରଫେସର ଡକ୍ଟର କଲିମୁଲା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିବିର ଉଦଘାଟନ କରିଥିଲେ । କିଟ ବିଶ୍ଵବିଦ୍ୟାଳୟର ୧୩ ଜଣିଆ ଡାକ୍ତରୀ ଟିମ୍ ଚିକିତ୍ସା କରିଥିଲେ । ଶିବିରରେ ସଭାପତି ରୋଟାରିଆନ ତବସୁମ ଅକତାର , ସଂପାଦକ ରୋଟାରିଆନ ସୁଭ୍ରା ମହାନ୍ତି, ରୋଟାରିଆନ କାଫିଲୁଲ ବାରି ଖାନ, ପ୍ରଭାତ କୁମାର ମିଶ୍ର,ନିହାର ରଞ୍ଜନ ମହାନ୍ତି,ମିନତି ମିଶ୍ର,ଟୁନା ବି. ପ୍ରଧାନ, ସସ୍ମିତା ସ୍ୱରୂପ ସାମଲ ପ୍ରମୁଖ ଯୋଗ ଦେଇଥିଲେ । ରୋଟାରିଆନ ବିଶ୍ୱଜିତ୍ ସେନାପତି ଶିବିର ପରିଚାଳନାରେ ସହଯୋଗ କରିଥିଲେ ।