ସଂସ୍କୃତି ବିଶ୍ୱବିଦ୍ୟାଳୟରେ ଯୁବ ଲେଖକ ସମ୍ମିଳନୀ

ଭୁବନେଶ୍ୱର,୧୨/୦୪/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା ଆୟୋଜିତ ଓଡ଼ିଆ ପକ୍ଷରେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ତରଫରୁ ଯୁବ ଲେଖକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।

ଏହି ସମ୍ମିଳନୀରେ ସାହିତି୍ୟକ ପଦ୍ମ ଭୂଷଣ ପ୍ରତିଭା ରାୟ ମୁଖ୍ୟଅତିଥି ଭାବେ ଯୋଗଦେଇ ଯୁବ ଲେଖକମାନଙ୍କ ଭିତରେ ଥିବା ସୃଜନଶୀଳତା ଉଦ୍ରେକ ସହ ସାହିତ୍ୟନୁରାଗୀ ହେବା ନିମନ୍ତେ ନିଜ ବକ୍ତବ୍ୟରେ ଉଲ୍ଲେଖ କରିଥିଲେ । ସମ୍ମାନିତ ଅତିଥି ଭାବେ ଭାସ୍କର୍ଯ୍ୟ ଶିଳ୍ପୀ ପଦ୍ମ ବିଭୂଷଣ ସୁଦର୍ଶନ ସାହୁ ଓ ବିଶିଷ୍ଟ ନୃତ୍ୟ ଶିଳ୍ପୀ ପଦ୍ମଶ୍ରୀ କୁମ୍ କୁମ୍ ମହାନ୍ତି ଯୋଗ ଦେଇଥିଲେ ।

କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ମିଳନୀରେ ବିଶ୍ୱବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ବୃନ୍ଦଙ୍କ ସହ ସାରଳା ଦାସ ଚେୟାର ପ୍ରଫେସର୍ ପ୍ରେମାନନ୍ଦ ମହାପାତ୍ର, କୁଳ ସଚିବ ଅନାମିକା ଅଧିକାରୀ, ବିତ ନିୟନ୍ତ୍ରକ ସୁନନ୍ଦା ଷଡ଼ଙ୍ଗୀ ଓ ପରୀକ୍ଷା ନିୟନ୍ତ୍ରକ ଧରଣୀଧର ରଣା ଉପସ୍ଥିତ ଥିଲେ । ଓଡ଼ିଆ ବିଭାଗ ଅଧ୍ୟାପକ ଡ. ଜ୍ଞାନରଞ୍ଜନ ପଣ୍ଡା କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ବିଶ୍ୱବିଦ୍ୟାଳୟର ଯୁବ ଲେଖକମାନେ କବିତା ଓ ଗଳ୍ପ ପାଠ କରିଥିଲେ । ଏଥିରେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଅଧ୍ୟାପକ, ଅଧ୍ୟାପିକାମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *