ଜାଆଁଳା ଝିଅ ଜନ୍ମ ଦେବାରୁ ବୋହୂକୁ ନିର୍ୟ୍ୟାତନା

ପୁଅ ବୋହୁଙ୍କୁ ଗାଁ ଦାଣ୍ଡରେ ମାଡ଼
ମାହାଙ୍ଗା,୨୪/୦୫/୨୦୨୬ (ଓଡିଶା ସମାଚାର /ଅଭୟ ଜେନା )- କନ୍ୟା ସନ୍ତାନ ଜନ୍ମ ହେବାରୁ ପୁଅ ବୋହୁ ଙ୍କୁ ଜୀବନରୁ ମାରିଦେବା ପାଇଁ ଗାଁ ଦାଣ୍ଡରେ ଶାଶୁ ଶଶୁର ଓ ନଣନ୍ଦ ଙ୍କ ଅକଥନୀୟ ନିର୍ୟ୍ୟାତନା ସହିତ ନିସ୍ତୁକ ମାଡ ମାରିଲେ। ସୋସିଆଲ ମିଡିଆରେ ଏହାର ଭିଡିଓ ଭାଇରଲ ହୋଇଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମାହାଙ୍ଗା ବ୍ଲକ୍ ଶ୍ରିକୃଷ୍ଣପୂର୍ ପଞ୍ଚାୟତ ର ପଶୁଲୁଣ୍ଡା ଗ୍ରାମରେ । ସୂଚନା ଅନୁସାରେ କାନପୁର ଗ୍ରାମର ଅଜୟ ଜେନା ଙ୍କ ଝିଅ ପାର୍ବତୀ ଜେନା ୪ ବର୍ଷ ତଳେ ପଶୁଲୁଣ୍ଡା ଗ୍ରାମର ସମୁଲ୍ୟ ଜେନା ଙ୍କ ପୁଅ ଚନ୍ଦ୍ରଶେଖର ଜେନା ଙ୍କ ସହିତ ବୈଦିକ ରୀତିରେ ବିବାହ ହୋଇଥିଲା ।

ବିବାହ ପରେ ଶାଶୁ ଘର ଲୋକେ ବୋହୂ ପାର୍ବତୀ ଙ୍କୁ ଯୌତୁକ ନିର୍ୟାତନା ଦେଇ ଆସୁଥିଲେ । ଗୋଟେ ମାସ ତଳେ ବୋହୂ ପାର୍ବତୀ ଦୁଇଟି କନ୍ୟା ସନ୍ତାନ ଜନ୍ମ ଦେଇଥିଲେ । କାହିଁକି କନ୍ୟା ସନ୍ତାନ ହେଲା ବୋଲି ବିରୋଧ କରିଥିଲେ ଶାଶୂ ଶଶୁର । ପୁଅ କାହିଁକି ଜନ୍ମ କଲୁନି,ଝିଅ ଦୁଇଟା କୁ ମାରିଦେ ନହେଲେ ଆମେ ତୋତେ ଜୀବନରୁ ମାରିଦେବୁ । ଏହା ପରେ ପୁଅ ଓ ବୋହୂ ଙ୍କୁ ଗାଁ ଦାଣ୍ଡରେ ତଳେ ପକାଇ ଜୀବନରୁ ମାରି ଦେବାକୁ ଚେଷ୍ଟା କରିଥିଲେ ଶାଶୁ ଶଶୁର ଓ ନଣନ୍ଦ । ଯାହାର ଭିଡିଓ ଏବେ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଛି।ଏହି ଘଟଣାରେ ଶାଶୂ ଶଶୁର ଓ ନଣନ୍ଦ ଙ୍କ ନାମରେ ମାହାଙ୍ଗା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି ପୁଅ ଓ ବୋହୂ । ପୋଲିସ ଘଟଣାର ତଦନ୍ତ କରୁଛି ।

Leave a Reply

Your email address will not be published. Required fields are marked *