ଅଘୋଷିତ ବିଦ୍ୟୁତ୍ କାଟ୍ କୁ ନେଇ ତାତିଲେ ଲୋକେ ।

ସାଲେପୁର ୨୪/୦୫/୨୦୨୬ (ଓଡିଶା ସମାଚାର /ଅଭୟ ଜେନା )-ସାଲେପୁର ଟାଟା ପାୱାର ବାଲିଆ ଗ୍ରୀଡ ଅଧିନରେ ଥିବା ଜପକୁଦ ଗ୍ରୀଡ ପକ୍ଷରୁ ଲଗାତାର ଏକ ମାସ ହେବ ଅଘୋଷିତ ବିଦ୍ୟୁତ୍ କାଟ୍ ଯାହା ଦିନକୁ ତିନି ଚାରି ଘଣ୍ଟା ଧରି ହେଉଥିବା ବେଳେ ସାଧାରଣ ଲୋକମାନେ ଅତ୍ୟାଧିକ ଗରମରେ ଅତିଷ୍ଠ ହେଉଛନ୍ତି। ଅନ୍ୟପକ୍ଷରେ ରାଜ୍ୟ ସରକାର ଓ ଶକ୍ତି ମନ୍ତ୍ରୀ ବିଦ୍ୟୁତ୍ କାଟ୍ ନକରିବାକୁ ଘୋଷଣା କରିଛନ୍ତି।ହେଲେ ଜପକୁଦ TPCODL ର ମନମାନି ଚରମ ସୀମାରେ ପହଞ୍ଚିଛି।ଅସହ୍ୟ ଗୁଳୁଗୁଳି ରେ ଛୋଟ ପିଲା,ହାଟ୍ ରୋଗୀ, କିଡନୀ ରୋଗୀ, କ୍ୟାନ୍ସର ପୀଡ଼ିତା ରୋଗୀ ମାନେ ଆଉଟ୍ ପାଉଟ୍ ହେଉଛନ୍ତି।

ଦେଖିବାକୁ ଗଲେ ଗତ କିଛି ଦିନ ହେବ ଲଗାତାର ଖରାବେଳ ସନ୍ଧ୍ୟା ଓ ରାତିରେ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ୍ କାଟ୍ ହେଉଛି। ଅଞ୍ଚଳର ଲୋକମାନେ ଅନେକ ଅଭିଯୋଗ ସହ ହୋହାଲ୍ଲା କରି ଆସୁଛନ୍ତି । ହେଲେ ଟାଟା ପାୱାର ର ବିଭାଗିୟ ଅଧିକାରୀ ଜେଇ ଏସଡିଓ କର୍ଣ୍ଣପାତ କରୁନାହାଁନ୍ତି। ଗତକାଲି ରାତ ପ୍ରାୟ ଏଗାରଟା ସମୟରେ ପାୱାର କଟ୍ ହୋଇଥିଲା । ଲୋକମାନେ ଫୋନ୍ କରିଥିଲେ ମଧ୍ୟ ଅଧିକାରୀ ଙ୍କ ଫୋନ୍ ସୁଇଜ ଅଫ୍ ଥିବାରୁ ଲୋକମାନେ ଧିରେ ଧିରେ ରୁଣ୍ଡ ହୋଇଥିଲେ। ଜପକୁଦ ଟାଟା ପାୱାର କାର୍ଯ୍ୟାଳୟ ରେ ଥିବା ଦୁଇଜଣଙ୍କୁ ପଚରା ଉଚୁରା କରିଥିଲେ ।

୩୩ କେଭି ଫଲଟ୍ କହି ଗେଟେ ତାଲା ପକାଇ ଦେଇଥିଲେ। ଲାଇନ୍ ଜଦି ନଥିଲା ଟାଟା ପାୱାର ଅଫିସ ଭିତରେ କେମିତି ଏସି ଲଗେଇ ସୋଇଛ ବୋଲି ଲୋକେ ପ୍ରଶ୍ନ କରିଥିଲେ। ଲାଇନ୍ ଥିଲେ ମଧ୍ୟ ଲାଇନ୍ ନଦେବା କାରଣରୁ ଲୋକମାନଙ୍କ ସଂଖ୍ୟା ବୃଦ୍ଧି ପାଇଥିଲା। ଉତ୍ୟକ୍ତ ଲୋକମାନେ ଢେଲା ପଥର ମାଡ କରିବା ସହିତ ଛୋଟ ମୋଟ ଆସବାବପତ୍ର ଭଙ୍ଗାରୁଜା କରିଥିଲେ। ଏହାପରେ ଜପକୁଦ ଫାଣ୍ଡି ଅଧିକାରୀ ଓ ସାଲେପୁର ପୋଲିସ ର ହସ୍ତକ୍ଷେପ ପରେ ଲୋକମାନେ ଶ।ନ୍ତ ହୋଇଥିଲେ ।ଏହା ପରେ ରାତି ୨ ଟା ପରେ କିଛି ଅଞ୍ଚଳ କୁ ଲାଇନ୍ ଦିଆଯାଇଛି। ଶକ୍ତି ମନ୍ତ୍ରୀ ମିଛ ଡିଣ୍ଡିମ ପିଟୁଥିବା ବେଳେ ସାଧାରଣ ଜନତା ଏହାର ଜବାବ ଦେବାକୁ ଅଣ୍ଟା ଭିଡିବା ଦେଖାଦେଇଛି ।

Leave a Reply

Your email address will not be published. Required fields are marked *