ସାଲେପୁର,୨୪/୦୫/୨୦୨୬ (ଓଡିଶା ସମାଚାର /ଅଭୟ ଜେନା )କଟକ ଚାନ୍ଦବାଲି ରାଜ୍ୟ ରାଜପଥ ରେ ବେପରୁଆ ଗାଡି ଚାଳନା ଯୋଗୁଁ ପ୍ରତିଦିନ ଦୁର୍ଘଟଣାରେ ଧନଜୀବନ ହାନୀ ଘଟୁଛି । ଜନସାଧାରଣ ଭୟ ଓ ଆଶଙ୍କା ରେ ଯାତାୟାତ କରୁଛନ୍ତି । ଆଜି ସାଲେପୁର ବଜାର ମଧ୍ୟଦେଇ ଯାଇଥିବା କେନାଲ ପୋଲ ନିକଟରେ କାର ଓ ପିକଅପ ମଧ୍ୟରେ ଦୁର୍ଘଟଣା ଘଟାଇ ଡ୍ରାଇଭର ଫେରାର ହୋଇଯାଇଛି ।
ପୋଲିସ ଘଟଣାର ତଦନ୍ତ କରୁଛି । ସେହିପରି ଗତକାଲି ଏହି ରାସ୍ତାରେ ଜଣେ ବେପରୁଆ ମହେନ୍ଦ୍ରା ଗାଡି ଚାଳକ ଦୁଇଟି ବାଇକ ଓ ଗୋଟିଏ ଅଟୋ କୁ ଧକ୍କା ଦେବାରୁ ସାତ ଜଣ ଗୁରୁତର ହୋଇଥିଲେ ଏହି ବେପରୁଆ ଗାଡିଚାଳକ କଟକ ରୁ ସାଲେପୁର ଆଭିମୁଖେ ଆସୁଥିବା ବେଳେ ପୀର ବଜାର, ନୃସିଂହ ବଜାର ଓ ପଗା ବଜାରରେ ଦୁର୍ଘଟଣା ଘଟାଇ ଥିଲା । ପାଗା ଫାଣ୍ଡି ପୋଲିସ ଆହତ ମାନଙ୍କୁ କଟକ ବଡ ଡାକ୍ତରଖାନା କୁ ପଠାଇବା ସହ ଗାଡିକୁ ଜବତ କରିଛି । ଏଭଳି ବେପରୁଆ ଗାଡି ଚାଳନା ପ୍ରତି ପରିବହନ ବିଭାଗ ଓ ପୋଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି ।
