ଭୁବନ ୨୩/୦୫/୨୦୨୬ (ଓଡ଼ିଶା ସମାଚାର)-ଢେଙ୍କାନାଳ ଜିଲ୍ଲା ଭୁବନ ଅବକାରୀ ବିଭାଗ ଆଜି ଶନିବାର ମୋଟର ସାଇକେଲ ସହ ୭ କିଲୋ ଗଞ୍ଜେଇ ଜବତ କରିବା ସହିତ ଆସାମୀ କୁ ଗିରଫ କରିବାରେ ସକ୍ଷମ ହୋଇଥିବା ସୂଚନା ମିଳିଛି।
ପ୍ରାପ୍ତ ସୂଚନାନୁଯାୟୀ ଅବକାରୀ ନିରୀକ୍ଷକ ଶ୍ରୀଯୁକ ବୁଲୁ ପାତ୍ର ଶନିବାର ସକାଳ ୮.୩୦ ମିନିଟ୍ ସମୟରେ ସଦଳ ବଳେ ପାଟ୍ରୋଲିଂ ରେ ଯାଇଥିବା ବେଳେ ନିହଲ ପ୍ରସାଦ ଥାନା ଅନ୍ତର୍ଗତ ପିଙ୍ଗୁଆ ଗ୍ରାମର ଟଙ୍କଧର ସାହୁ ଙ୍କ ଠାରୁ ନୀଳକଣ୍ଠପୁରସ୍ଥ ବାଜି ରାଉତ ପ୍ରତିମୂର୍ତ୍ତି ନିକଟରେ ତାଙ୍କ ଓଡ଼ି ୦୬ ସି ୪୦୪୧ ନମ୍ବର ବିଶିଷ୍ଟ ହିରୋ ଗ୍ଲାମର ମୋଟର ସାଇକେଲ ସହ ୭ କିଲୋ ଗଞ୍ଜେଇ ଜବତ କରି ତାଙ୍କୁ ଗିରଫ କରିଥିଲେ ।
