ସିଢୁଆ ନଦୀରେ ବୁଡି ଯୁବ ମଇଁଷିଆଳ ଙ୍କ ମୃତ୍ୟୁ 

କଟକ ସଦର ୨୬/୦୫/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ୪୨ ମୈ।ଜା ଥାନା ଝାରକଟଟା ପଞ୍ଚାୟତ ଅଇନି ଗ୍ରାମର ସନ୍ତୋଷ ବେହେରା (୩୨) ସିଢୁଆ ନଦୀରେ ମଇଁଷି ମାନଙ୍କୁ ପାର କରୁଥିବା ବେଳେ ଅସାବଧାନତା ଯୋଗୁଁ ଗୋଡ଼ ଖସିଯିବାରୁ ନଦୀରେ ବୁଡି ଯାଇଥିଲେ। ସ୍ଥାନୀୟ ଲୋକେ ଏହା ଜାଣିପାରି ସନ୍ତୋଷ ଙ୍କୁ ପାଣିରୁ ଉଦ୍ଧାର କରିଥିବା ବେଳେ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା। ପୋଲିସ ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଛି।

Leave a Reply

Your email address will not be published. Required fields are marked *