ସାଲେପୁର, ୨୩/୦୫/୨୦୨୬ (ଓଡିଶା ସମାଚାର /ଅଭୟ ଜେନା ) ଓଡ଼ିଶା ନିର୍ମାଣ ଶ୍ରମିକ ସଂଘ ର ଚତୁର୍ଥ କଟକ ଜିଲ୍ଲା ସମିଳନୀ ସାଲେପୁର ଅନ୍ତର୍ଗତ ବଟେଶ୍ୱର ମା ଯାଗୁଲେଇ ପୀଠ ରେ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ଲାଲ୍ ପତାକାଉତ୍ତୋଳନ କରିଥିଲେ କ. ଆମରେଦୁ ମହାନ୍ତି। ବିଭିନ୍ନ ସମୟରେ ବିୟୋଗ ହୋଇଯାଇଥିବା ସାଥୀ ସମର୍ଥକ ମାନଙ୍କ ପାଇଁ ଏକ ମିନିଟ ଶୋକ ପ୍ରକାଶ କରି ନିରବ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା।ସଭାରେ ମୁଖ୍ୟ ଅତିଥି ରୂପେ ରାଜ୍ୟ ସମ୍ପାଦକ ବ୍ରଜବନ୍ଧୁ ପ୍ରଧାନ ଯୋଗଦେଇ କାର୍ଯ୍ୟକ୍ରମ ଉଦ୍ଘାଟନ କରିଥିଲେ । ମୁଖ୍ୟ ବକ୍ତା ସିପିଆଇ ରାଜ୍ୟ କାର୍ଯ୍ୟକାରି କମିଟି ସଭ୍ୟ ଆମରେନ୍ଦୁ ମହାନ୍ତି ଯୋଗଦେଇ ନିର୍ମାଣ ଶ୍ରମିକ ମାନଙ୍କୁ ନିୟମିତ ଅବହେଳା କରାଯାଉଥିବା ରୁ ଆନ୍ଦୋଲନ ପା ଇଁ ପ୍ରସ୍ତୁତ ରହିବାକୁ ଆହ୍ୱାନ ଦେଇଥିଲେ।
ଅନ୍ୟ ମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ଉଦୟ କେଶରୀ ବର୍ମା,ଅରୁଣ ପରିଡ଼ା, ରଞ୍ଜନ ଓଝା, ସନାତନ ମଲ୍ଲିକ, କେଦାରନାଥ ମଲ୍ଲିକ୍, ସୌମ୍ୟ ରଞ୍ଜନ ମହାନ୍ତି, ହିମାଂଶୁ ଭୁୟାଁ, ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ସମ୍ପାଦକ ବିନୋଦ ବେହେରା ବିବରଣୀ ପ୍ରଦାନ କରିଥିଲେ।ସର୍ବ ସମ୍ମତି କ୍ରମେ ଆଗାମୀ ୩ ବର୍ଷ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା।ଏଥିରେ ଉପ ଦେଷ୍ଟା ଭାବେ ଅମରେନ୍ଦ୍ର ମହାନ୍ତି,ଉଦୟ କେଶରୀ ବର୍ମା,ସଭାପତି – ଗୋବିନ୍ଦ ନାୟକ, ଉପ ସଭାପତି – ବିନୋଦ ବେହେରା,ଯୁଗଳ କେଶରୀ ଦିକ୍ଷୀତ, ସମ୍ପାଦକ – ଭଗବତ୍ ମହାରଣା, ସହ ସମ୍ପାଦକ- ଭବାନି ସଙ୍କର କାଣ୍ଡି, କୋଷାଧ୍ୟକ୍ଷ ପୂର୍ଣ୍ଣିମା ମହାନ୍ତି ପ୍ରମୁଖନିର୍ବାଚିତ ହୋଇଥିଲେ ।
ଆଠ ଦଫା ଦାବି ନେଇ ଜିଲ୍ଲାପାଳ ଓ ଜିଲ୍ଲା ଶ୍ରମ ଅଧିକାରୀ ଙ୍କ କାର୍ଯ୍ୟାଳୟ ରେବିକ୍ଷୋଭ ପ୍ରଦର୍ଶନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଦାବି ସମୂହ ହେଲା, ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ରୁ ଛଟେଇ ହୋଇଥିବା କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ଦିଆଯାଉ, ନିର୍ମାଣ ଶ୍ରମିକ ମାନଙ୍କୁ ମାସିକ ପେନସନ ୬୦୦୦ଟଙ୍କା ପ୍ରଦାନ, ନିର୍ମାଣ କ୍ଷେତ୍ର ରୁ କଲ୍ୟାଣ ପାଣ୍ଠି ୨% ସେସ୍ ଆଦାୟ କରାଯାଉ ଇତ୍ୟାଦି ପ୍ରସ୍ତାବ ଗୃହୀତ ହୋଇଥିଲା। ଶ୍ରମିକ କରୁଣାକର ଦିକ୍ଷୀତ, ରବୀନ୍ଦ୍ର ଦାସ,ବୟନ କଣ୍ଡି, ପ୍ରସାନ୍ତ କାଣ୍ଡି, କାଳନ୍ଦି କାଣ୍ଡି,ସହଦେବ ତରାଇ,ବିଜୟ କାଣ୍ଡି, ମାନସ କାଣ୍ଡି, ପ୍ରମୋଦ ଜେନା, ଚିନ୍ମୟୀ ସହୁ,ଓ ବସୁ ମହାରଣା ଙ୍କୁ ସମ୍ମାନିତ କରାଯାଇଥିଲା। ଧନ୍ୟବାଦ୍ ସହ ବିପ୍ଲବୀ ସଙ୍ଗୀତ ପରିବେଷଣ କରିଥିଲେ ସୁନାକର ବରାଳ ।
