ଖୋର୍ଦ୍ଧା ରୋଡ୍ ଡିଭିଜନ୍ ରେ ଆଧୁନିକୀକରଣ କାର୍ଯ୍ୟ — ଟ୍ରେନ୍ ଚଳାଚଳରେ ପରିବର୍ତନ – ଯାତ୍ରୀଙ୍କ ପାଇଁ ଗାଇଡ୍ ଲାଇନ ଜାରି

ଭୁବନେଶ୍ୱର,୨୩/୦୫/୨୦୨୬ (ଓଡ଼ିଶା ସମାଚାର /ଦୀପ୍ତିରଂଜନ କାନୁନଗୋ)- ଖୋର୍ଦ୍ଧା ରୋଡ୍ ଡିଭିଜନ୍ ରେ ଅତ୍ୟାବଶ୍ୟକ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ହେତୁ କେତେକ ପାସେଞ୍ଜର ଟ୍ରେନର ଚଳାଚଳରେ ସାମୟିକ ପରିବର୍ତର୍ନ କରାଯାଇଥିବା ନେଇ ପୂର୍ବତଟ ରେଳପଥ ପକ୍ଷରୁ ଘୋଷଣା କରାଯାଇଛି । ରେଳ ସୁରକ୍ଷା ମାନଦଣ୍ଡରେ ବ୍ୟାପକ ଉନ୍ନତି ଆଣିବା, ପରିଚାଳନାଗତ ଦକ୍ଷତା ବୃଦ୍ଧି କରିବା ଏବଂ ସମଗ୍ର ରେଳ ନେଟୱର୍କ ର ଦୀର୍ଘକାଳୀନ ବିଶ୍ୱସନୀୟତା ସୁନିଶ୍ଚିତ କରିବା ଉଦ୍ଧେଶ୍ୟରେ ଏହି ପଦକ୍ଷେପ ନିଆଯାଇଛି ।

ଏହି ପରିବର୍ତନ ଅନୁସାରେ ଟ୍ରେନଗୁଡ଼ିକର ଆଂଶିକ ବାତିଲ ବା ସଂକ୍ଷିପ୍ତ-ଉତ୍ପତି କରାଯାଇଛି, ଯେଉଁଥିରେ ଟ୍ରେନ ନମ୍ବର ୬୪୧୧/୬୪୧୨ ଭୁବନେଶ୍ୱର-ବ୍ରହ୍ମପୁର-ଭୁବନେଶ୍ୱର ମେମୁ ଆସନ୍ତା ୨୩ ଏବଂ ୨୪ ମେଁ ୨୦୨୬ ତାରିଖ ଦିନ ଖଲ୍ଲିକୋଟ ରେଳ ଷ୍ଟେସନ ପର୍ଯ୍ୟନ୍ତ ଚାଲିବ ଏବଂ ସେହି ଷ୍ଟେସନରୁ ହିଁ ନିଜର ଓଲଟା ଯାତ୍ରା ଆରମ୍ଭ କରିବ । ଏହା ବ୍ୟତୀତ ଆସନ୍ତା ୨୩ ଏବଂ ୨୪ ମେଁ ୨୦୨୬ ରିଖ ଦିନ କେତେକ ପ୍ରମୁଖ ଟ୍ରେନ ସେବାକୁ ସମ୍ପୂର୍ଣ୍ଣ ବାତିଲ କରାଯାଇଛି, ଯେଉଁଥିରେ ଟ୍ରେନ ନମ୍ବର ୬୪୩୮/୬୪୩୭ କଟକ-ଭଦ୍ରକ-କଟକ ମେମୁ, ଟ୍ରେନ ନମ୍ବର ୫୪୦୬/୫୪୦୫ ପାରାଦୀପ-କଟକ-ପାରାଦୀପ ପାସେଞ୍ଜର ଏବଂ ଟ୍ରେନ ନମ୍ବର ୬୪୩୫/୬୪୩୬ କଟକ-ପାରାଦୀପ-କଟକ ମେମୁ ସାମିଲ ରହିଛି । ସୁରକ୍ଷା-ସମ୍ବନ୍ଧୀୟ ଏହି ଜରୁରୀ ଆଧୁନିକୀକରଣ କାର୍ଯ୍ୟ ଚାଲୁଥିବା ସମୟରେ ଯାତ୍ରୀମାନଙ୍କୁ ସେହି ଅନୁଯାୟୀ ନିଜର ଯାତ୍ରା ଯୋଜନା ପ୍ରସ୍ତୁତ କରିବାକୁ ଏବଂ ରେଳ ପ୍ରଶାସନକୁ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ଅନୁରୋଧ କରାଯାଇଛି । ଟ୍ରେନ ଚଳାଚଳର ସଦ୍ୟତମ ସୂଚନା ତଥା କୌଣସି ପ୍ରକାର ଅସୁବିଧାରୁ ବର୍ତିବା ପାଇଁ ଯାତ୍ରୀମାନେ ଯାତ୍ରା ଆରମ୍ଭ କରିବା ପୂର୍ବରୁ ନ୍ୟାସନାଲ୍ ଟ୍ରେନ୍ ଇନକ୍ୱାରୀ ସିଷ୍ଟମ୍ ମୋବାଇଲ ଆପ୍ କିମ୍ବା ଅଫିସିଆଲ୍ ରେଳବାଇ ଅନୁସନ୍ଧାନ ସେବାର ବ୍ୟବହାର କରିପାରିବେ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *