ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟ ପକ୍ଷରୁ ବିଭିନ୍ନ କାର୍ଯ୍ୟ ଅଗ୍ରଗତି  ସମ୍ପର୍କିତ ରେଞ୍ଜ ସ୍ତରୀୟ ସମୀକ୍ଷା ବୈଠକ

ପରିସଂଖ୍ୟାନ ବ୍ୟବସ୍ଥାର ନିୟମିତ ତଦାରଖ ନିମନ୍ତେ ଗୁରୁତ୍ୱାରୋପ

ଭୁବନେଶ୍ୱର,୦୮/୦୧/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)-  ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟ, ଓଡିଶା ଅଧିନସ୍ଥ ରେଞ୍ଜ ସ୍ତରୀୟ ସମୀକ୍ଷା ବୈଠକ ଜାନୁଆରୀ ୭ତାରିଖ ଓ ୮ତାରିଖ ଦୁଇଦିନ ଧରି ବିଭାଗୀୟ ନିର୍ଦ୍ଦେଶାଳୟର ସମ୍ମିଳନୀ କକ୍ଷରେ ନିର୍ଦ୍ଦେଶକ ଡ. ବିଜୟଭୂଷଣ ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ କେନ୍ଦ୍ରାଞ୍ଚଳ, ଉତ୍ତରାଞ୍ଚଳ ଓ ଦକ୍ଷିଣାଞ୍ଚଳ ଆଦି ତିନୋଟି ରେଞ୍ଜର ଅତିରିକ୍ତ ନିର୍ଦ୍ଦେଶକ,ଯୁଗ୍ମ ନିର୍ଦ୍ଦେଶକଙ୍କ ସମେତ ସମସ୍ତ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ। ନିର୍ଦ୍ଦେଶାଳୟ ତରଫରୁ ବିଭିନ୍ନ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ, ଯୁଗ୍ମ ନିର୍ଦ୍ଦେଶକ଼ ଏବଂ ଉପନିର୍ଦ୍ଦେଶକ଼ ମାନଙ୍କ ଉପସ୍ଥିତିରେ କୃଷି ପରିସଂଖ୍ୟାନ ସଂଗ୍ରହ, ଏକାଦଶ କୃଷି ଗଣନା, ଜାତୀୟ ନମୁନା ସର୍ବେକ୍ଷଣ, ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା, ଶିଳ୍ପ ପରିସଂଖ୍ୟାନ ସଂଗ୍ରହ, ଦ୍ରବ୍ୟ ମୁଲ୍ୟସୂଚୀ ସହିତ ପ୍ରତ୍ୟେକ ଯୋଜନା ଓ କାର୍ଯ୍ୟକ୍ରମ ଆଧାରିତ ପରିସଂଖ୍ୟାନ ଓ ତଥ୍ୟ ସଂଗ୍ରହ ସମ୍ପର୍କିତ ସମୀକ୍ଷା କରାଯାଇଥିବାବେଳେ ଆଗାମୀ ୮୦ତମ ଜାତୀୟ ନମୁନା ସର୍ବେକ୍ଷଣ,୭ମ କ୍ଷୁଦ୍ର ଜଳସେଚନ ଗଣନା,୨ୟ ଜଳାଶୟ ( Water Bodies )ଗଣନା, ପ୍ରଥମ ଝରଣା(Spring) ଗଣନା,୮ମ ଅର୍ଥନୈତିକ ଗଣନା ଗୁଡ଼ିକର ସଫଳ ରୂପାୟନ ନିମନ୍ତେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲ।।

          ରେଞ୍ଜ ସ୍ତରରେ ଯୁଗ୍ମ ନିର୍ଦ୍ଦେଶକ଼ମାନେ ସଂପୃକ୍ତ ଜିଲ୍ଲା ଗୁଡିକରେ ଅଧିକାରୀ ମାନଙ୍କର କାର୍ଯ୍ୟ ସମୀକ୍ଷା ବୈଠକ କରି ବିଭିନ୍ନ କାର୍ଯ୍ୟକ୍ରମର ମାସ-ୱାରୀ ଅଗ୍ରଗତିର ସମୀକ୍ଷା ପୂର୍ବକ ପୁଙ୍ଖାନୁପୁଙ୍ଖ ତର୍ଜମା କରିବାକୁ ନିର୍ଦ୍ଦେଶ ଦିଆଯାଇଛି।ବିଶେଶତଃ ନିର୍ଭୁଲ ତଥ୍ୟ ର ଚାହିଦାକୁ ଦୃଷ୍ଠିରେ ରଖି ବିଭିନ୍ନ ସ୍ତରରେ କାର୍ଯ୍ୟକ୍ରମ ଗୁଡ଼ିକର ନିୟମିତ ସମୀକ୍ଷା କରିବା ଉପରେ ବିଭାଗୀୟ ନିର୍ଦ୍ଦେଶକ ଡ. ନନ୍ଦ ବୈଠକରେ ଗୁରୁତ୍ୱାରୋପ କରିଥିଲେ।ଏହି ବୈଠକ ଦ୍ୱାରା ନିର୍ଦ୍ଦେଶାଳୟ ଜରିଆରେ କର୍ଯ୍ୟାନ୍ୱୟନ ହେଉଥିବା ବିଭିନ୍ନ ଗଣନା ଓ ସର୍ବେକ୍ଷଣ(census&surveys)ଏବଂ ଅନ୍ୟାନ୍ୟ ତଥ୍ୟ ସଂଗ୍ରହ଼ ତଥା ସଙ୍କଳନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯିବା ସହିତ ତଥ୍ୟର ଗୁଣବତ୍ତା ନିଶ୍ଚିତ କରାଯାଇପାରିବ ବୋଲି ଆଶା ପୋଷଣ କରାଯାଇଛି ।

-0-

ପଠାଣିରାଉତ,ଲୋକସମ୍ପର୍କଅଧିକାରୀ ଙ୍କ  ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *