ବସ୍ତିରେ ନିଃଶୁଳ୍କ ପଟ୍ଟଚିତ୍ର ତାଲିମ୍ – ୩୦ ଯୁବକଯୁବତୀଙ୍କୁ ମିଳିଲା ପ୍ରମାଣପତ୍ର

ଭୁବନେଶ୍ୱର,୨୩/୦୫/୨୦୨୬ (ଓଡ଼ିଶା ସମାଚାର /ଦୀପ୍ତିରଂଜନ କାନୁନଗୋ)-ବିଶ୍ୱସ୍ତରୀୟ ସାମାଜିକ ସଂସ୍ଥା ହୁ୍ୟମାନ୍ ପୋଟେନ୍ସିଆଲ୍ ଡେଭଲପମେଂଟ ଟ୍ରଷ୍ଟ୍ ତରଫରୁ ଭୁବନେଶ୍ୱରର ସାଲିଆସାହି ଓ ତପୋବନ ବସ୍ତିର ୩୦ଜଣ ଯୁବକଯୁବତୀଙ୍କୁ ରୋଜଗାରକ୍ଷମ କରାଇବାର ଉଦ୍ଧେଶ୍ୟ ନେଇ ଏକ ପଟ୍ଟଚିତ୍ର ତାଲିମ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏହି ତାଲିମ୍ ପାଇଁ ଲାଇଟ୍ ହାଉସ୍ କମୁ୍ୟନିଟି ଫାଉଣ୍ଡେସନ୍ ତରଫରୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଥିଲା ।

ଗତ ଜାନୁଆରୀ ମାସରେ ଆରମ୍ଭ ହୋଇଥିବା ଏହି ତାଲିମ୍ କାର୍ଯ୍ୟକ୍ରମର ସମାପନ ଉତ୍ସବ ତଥା ସାର୍ଟିଫିକେଟ ପ୍ରଦାନ କାର୍ଯ୍ୟକ୍ରମ ଗତ ମେଁ ୨୧ ତାରିଖ ଦିନ ସାଲିଆସାହିଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଐତିହ୍ୟ ଗ୍ରାମ ରଘୁରାଜପୁରରୁ ଜାତୀୟ ପୁରସ୍କାରପ୍ରାପ୍ତ ପଟ୍ଟଚିତ୍ର ଶିଳ୍ପୀ ଭାସ୍କର ମହାପାତ୍ର ମୁଖ୍ୟଅତିଥି ରୂପେ ଯୋଗଦେଇ ସାର୍ଟିଫିକେଟ ବିତରଣ କରିଥିଲେ । ତାଲିମପ୍ରାପ୍ତ ଯୁବକଯୁବତୀଙ୍କ ଦ୍ୱାରା ଅଙ୍କିତ ପଟ୍ଟଚିତ୍ରଗୁଡିକୁ ଦେଖି ସେ ଅତ୍ୟନ୍ତ ଖୁସି ବ୍ୟକ୍ତ କରିବା ସହ ସେମାନେ କିପରି ଆଗକୁ ବଢ଼ି ଏହାକୁ ରୋଜଗାରର ମାଧ୍ୟମ କରିପାରିବେ, ସେ ବିଷୟରେ ପ୍ରେରଣା ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟର ମ୍ୟାନେଜିଂ ଟ୍ରଷ୍ଟି ରାଜକୁମାର ସୂତାର, ଟ୍ରଷ୍ଟି ସଂଗ୍ରାମ କେଶରୀ ପଟ୍ଟନାୟକ, ପୃଷ୍ଠପୋଷକ ପ୍ରଫେସର ଶୁଭେନ୍ଦୁ କୁମାର ଦାଶ, ଯସ୍ମିତା ଦାଶ, ଲାଇଟ୍ ହାଉସ୍ କମୁ୍ୟନିଟି ଫାଉଣ୍ଡେସନ୍ ର ଅପରେସନ୍ ମ୍ୟାନେଜର୍ ସଫାକ ଆନସାରୀ, ସହକାରୀ ପ୍ରବନ୍ଧକ ଅଭିଜିତ କୁଣ୍ଡୁ ଓ ମିଶନ ଶକ୍ତିର ବବିତା ସ୍ୱାଇଁ ଉପସ୍ଥିତ ରହି ଏହି ଉଦୀୟମାନ କଳାକାରଙ୍କୁ ତାଲିମ୍ ର ସଦୁପଯୋଗ କରିବା ପାଇଁ ପରାମର୍ଶ ଦେଇଥିଲେ । ପ୍ରଶିକ୍ଷିକା ଅନୁସୂୟା ପୃଷ୍ଟି ଓ ପ୍ରଶିକ୍ଷକ ବନୋଜ କୁମାର ପଣ୍ଡିତଙ୍କ ଉଦ୍ୟମକୁ ପ୍ରଶଂସା କରାଯାଇଥିଲା । ଟ୍ରଷ୍ଟର ପ୍ରୋଜେକ୍ଟ ମ୍ୟାନେଜର୍ ମିନା ସୁବୁଦ୍ଧି ଓ ପ୍ରୋଗ୍ରାମ୍ ମ୍ୟାନେଜର୍ ସୋନାଲି ସାମନ୍ତରାୟ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ରାଜେଶ୍ୱରୀ ରେଡ୍ଡୀ, ଜିତୁ ସାହୁ ଓ ବିପିନ ରେଡ୍ଡୀ ଏଥିରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *