ଜୁନାଗଡ଼, ୧୯/୦୫/୨୦୨୬ (ଓଡ଼ିଶା ସମାଚାର)- ଜୁନାଗଡ଼ର କୃତୀ ଛାତ୍ରୀ ଆଦ୍ୟାସା ସାହୁ ସିବିଏସଇ +୨ କଳା ବିଭାଗ ପରୀକ୍ଷାରେ ଓଡିଶାରେ ପ୍ରଥମ ସ୍ଥାନ ଏବଂ ଜାତୀୟ ସ୍ତରରେ ତୃତୀୟ ସ୍ଥାନ ଅଧିକାର କରି ଅଞ୍ଚଳ ପାଇଁ ଗୌରବ ଆଣିଥିବାରୁ ଜୁନାଗଡ଼ ସାମ୍ବାଦିକ ସଂଘ, ଓକିଲ ସଂଘ, ଗଣପତି ମେମୋରିଆଲ ଟ୍ରଷ୍ଟ, ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ଏବଂ କର୍ତ୍ତବ୍ୟ ଅନୁଷ୍ଠାନ ତରଫରୁ ମିଳିତ ଆୟୋଜନରେ ଜୁନାଗଡ଼ ଆର୍.ଏମ୍.ସି ସଭାଗୃହରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି ।
ସଭାରେ ଓଡିଶା ସାମ୍ବାଦିକ ୟୁନିଅନ (ଓୟୁଜେ) ଉପସଭାପତି ସନ୍ତୋଷ କୁମାର ସିଂହଦେଓ ସଭାପତିତ୍ୱ କରିଥିବାବେଳେ ଜୁନାଗଡ଼ ଏନ୍.ଏ.ସି ଚେୟାରମ୍ୟାନ ହିମାଦ୍ରୀ ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଜୁନାଗଡ଼ ବି.ଇ.ଓ ତପନ ମାଝୀ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଆଦ୍ୟାସାଙ୍କ ସଫଳତାକୁ ଅଞ୍ଚଳର ଗର୍ବ ଓ ଯୁବପିଢ଼ି ପାଇଁ ପ୍ରେରଣା ବୋଲି କହିଥିଲେ ।
ସମ୍ମାନିତ ଅତିଥି ଭାବେ ଓକିଲ ସଂଘ ସଭାପତି ହିମାଂଶୁ ଶେଖର ବରାଡ଼, ଗଣପତି ମେମୋରିଆଲ ଟ୍ରଷ୍ଟର ସଭାପତି ଦୁର୍ଗା ପ୍ରସାଦ ନାଏକ ଏବଂ କର୍ତ୍ତବ୍ୟ ଅନୁଷ୍ଠାନର ଚିଫ ଏକ୍ସିକ୍ୟୁଟିଭ ଅଶୋକ ପଟ୍ଟନାୟକ, ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ସଭାପତି ଶାନ୍ତନୁ ମାଝୀ ପ୍ରମୁଖ ମଞ୍ଚାସୀନ ଥିଲେ। ସଭାକୁ ସରୋଜ ପଣ୍ଡା ପରିଚାଳନା କରିଥିବାବେଳେ ପି ଆଇ କଲେଜ ଖେଳ ଶିକ୍ଷକ ସମୀର କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
ଏହି ଅବସରରେ ଆଦ୍ୟାସା ସାହୁଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ସ୍ମୃତିଚିହ୍ନ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ସିନିଅର ସିଟିଜେନ ସଭାପତି ଈଶ୍ୱର ପୂଝରୀ, ବରିଷ୍ଟ ଶିକ୍ଷାବିତ ଶିକ୍ଷକ ରାଧେଶ୍ୟାମ ପଣ୍ଡା, ଓକିଲ ସଂଘ ସମ୍ପାଦକ ରମେଶ ନାଏକ, ବରିଷ୍ଟ ଓକିଲ ମଦନମୋହନ ସାହୁ ବିଶ୍ୱନାଥ କର କାଳିନ୍ଦୀ ପାଣିଗ୍ରାହୀ, ଶିକ୍ଷକ ସୂର୍ଯ୍ୟ ଠାକୁର ଅଭିନନ୍ଦନ ଭାଷଣ ଦେଇ ଝିଅ ର ଭବିଷ୍ୟତ ଉଜ୍ଜଳ କାମନା କରି ଥିଲେ । ସେହିପରି ତାଙ୍କ ପିତା ବିଶ୍ୱନାଥ ସାହୁ ଓ ମାତା କୁଞ୍ଜଳତା ସାହୁଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। ଏହି ସଭା ରେ ପାରିଷଦ କୁନା ଦଣ୍ଡସେନା, ସଚିନ ଅନ୍ଧାନୀ ସାମ୍ବାଦିକ ସଂଘ ରୁ ଚମ୍ପକ ଅଗ୍ରୱାଲ, ରଜନୀ ମିଶ୍ର, ସୁନୀଲ ସିଂ, ବ୍ୟମୋକେଶ ପୁରୋହିତ, ସଂଯୋଗ କୁଣ୍ଡୁ ,ରାକେଶ ବେମାଲ, ରାଜୁ ଅଗ୍ରୱାଲ ଓ ଜନ୍ମେଜୟ ବୈଠରୁ, କାଶୀନାଥ ଘି, ରମେଶ ରାଉତ, ରାଜେଶ ସାହୁ, ଆୟୁବ ଖାନ, ଓ ଶିକ୍ଷକ ସଂଘ ର ସଦସ୍ୟ ଓ ଜୁନାଗଡ଼ ଜନସାଧାରଣ ଉପସ୍ଥିତ ଥାଇ ଆଦ୍ୟାସାଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇଥିଲେ ।
