ନିରାକାରପୁର, ୨୯/୧୨/୨୦୨୩ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ତହସିଲ ଅଧିନସ୍ଥ କମାଗୁରୁ ପଞ୍ଚାୟତରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଜଙ୍ଗଲ ଜମି ସୀମାକୁ କେନ୍ଦ୍ର କରି ଆଜି ଉତ୍ତେଜନା ଦେଖାଦେଇଥିଲା। ସୂଚନାଯୋଗ୍ୟ କି କମାଗୁରୁ ପଞ୍ଚାୟତରେ ଥିବା ଜଙ୍ଗଲ ଜମିକୁ ଗ୍ରାମର ଦୁଇ ଗୋଷ୍ଠୀ ବ୍ୟବହାର କରୁଥିବାବେଳେ କାହାର ସୀମା କେଉଁଠାରୁ ନିର୍ଦ୍ଧାରଣ କରିବାକୁ ନେଇ ପ୍ରାୟ ଦୁଇ ବର୍ଷ ରୁ ଅଧିକ ହେବ ଗ୍ରାମର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଛକାପଞ୍ଝା ଲାଗିରହିଛି। ଏଥିପାଇଁ ବାରମ୍ବାର ବୈଠକ ମାଧ୍ୟମରେ ସମାଧାନ ପାଇଁ ଚେଷ୍ଟା ହୋଇଥିଲେ ବି କିଛି ସୁଫଳ ମିଳି ନ ଥିବାର ଜଣାପଡିଛି। ଆଜି ଗୋଟିଏ ଗୋଷ୍ଠୀ ଜଙ୍ଗଲ ମଧ୍ୟରେ ପ୍ରବେଶ କରିଥିବଳେ ଅନ୍ୟ ଗୋଷ୍ଠୀ ଟି ଗ୍ରାମରେ ଏକତ୍ରିତ ହୋଇ ବୁଲୁ ଥିଲେ। ଏହି ଉତ୍ତେଜନା ପରିସ୍ଥିତିକୁ ଏଡାଇବା ପାଇଁ ଜଂକିଆ ପୋଲିସ ଓ ଫରେଷ୍ଟ ଏସି ଏଫ୍ ଘଟଣା ସ୍ଥଳକୁ ଆସି ଉତ୍ତେଜନା ପ୍ରଶମିତ କରିବାକୁ ଚେଷ୍ଟା କରିଥିଲେ। ପୋଲିସ ଲୋକ ମାନଙ୍କୁ ବୁଝାସୁଝା କରି ଫେରିଥିବାବେଳେ କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ପାଇଁ ତୀକ୍ଷ୍ମ ଦୃଷ୍ଟି ରଖିଥିବା ଜଣାପଡିଛି। ଆସନ୍ତା କାଲି ଜିଲ୍ଲା ପ୍ରଶାସନର କେହି ଅଧିକାରୀ, ବନାଞ୍ଚଳ ଅଧିକାରୀ ଓ ପୋଲିସ ମିଳିତ ଭାବେ ଏହି ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରିବେ ବୋଲି ସୂଚନା ମିଳିଛି।
Related Posts
ଏପ୍ରିଲ ୩ରୁ ବୁଢ଼ୀ ଠାକୁରାଣୀ ଯାତ୍ରା
ଶୁଭଖୁଂଟି ସ୍ଥାପନ ଦ୍ୱିବାର୍ଷିକ ଯାତ୍ରା ପାଇଁ ଶୁଭଲଗ୍ନ ଧାର୍ଯ୍ୟ ବ୍ରହ୍ମପୁର,୧୪/୦୩/୨୦୨୫(ଓଡ଼ିଶା ସମାଚାର)- ବ୍ରହ୍ମପୁରର ପ୍ରସିଦ୍ଧ ମା’ ବୁଢ଼ୀ ଠାକୁରାଣୀଙ୍କ ଦ୍ୱିବାର୍ଷିକ ଯାତ୍ରା ପାଇଁ ଶୁଭଲଗ୍ନ ଧାର୍ଯ୍ୟ ହୋଇଯାଇଛି…
ପଞ୍ଚାୟତ ସ୍ତରୀୟ ମେଧାବୀ ସମ୍ବର୍ଦ୍ଧନା ଉତ୍ସବ
ନିରାକାରପୁର, ୨୪/୬/୨୦୨୪ (ଓଡ଼ିଶା ସମାଚାର)-ନୂଆଗଡ ପଞ୍ଚାୟତସ୍ଥିତ ଉଗ୍ରତାରା ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ସ୍ୱୟଂ ସେବକ ସଂଘ ପକ୍ଷରୁ ଷଷ୍ଠବାର୍ଷିକ ପଞ୍ଚାୟତ ସ୍ତରୀୟ ମେଧାବୀ ସମ୍ବର୍ଦ୍ଧନା…
ମା’ ଲଙ୍କେଶ୍ବରୀଙ୍କ ଖଣ୍ଡାବସା ପର୍ବ ଉତ୍ସାହର ସହିତ ପାଳିତ ।
ଜୁନାଗଡ଼,୧୫/୦୯/୨୦୨୫ (ଓଡ଼ିଶା ସମାଚାର ରାକେଶ ବେମାଲ) -କଳାହାଣ୍ଡି ଜିଲା ଜୁନାଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ଲଙ୍କେଶ୍ବରୀଙ୍କ ଖଣ୍ଡାବସା ପର୍ବ ରବିବାର ମହାସମାରୋହରେ ପାଳିତ ହୋଇଯାଇଛି। କଳାହାଣ୍ଡି ମହାରାଜା…
