ନିରାକାରପୁର, ୨୯/୧୨/୨୦୨୩ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ତହସିଲ ଅଧିନସ୍ଥ କମାଗୁରୁ ପଞ୍ଚାୟତରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଜଙ୍ଗଲ ଜମି ସୀମାକୁ କେନ୍ଦ୍ର କରି ଆଜି ଉତ୍ତେଜନା ଦେଖାଦେଇଥିଲା। ସୂଚନାଯୋଗ୍ୟ କି କମାଗୁରୁ ପଞ୍ଚାୟତରେ ଥିବା ଜଙ୍ଗଲ ଜମିକୁ ଗ୍ରାମର ଦୁଇ ଗୋଷ୍ଠୀ ବ୍ୟବହାର କରୁଥିବାବେଳେ କାହାର ସୀମା କେଉଁଠାରୁ ନିର୍ଦ୍ଧାରଣ କରିବାକୁ ନେଇ ପ୍ରାୟ ଦୁଇ ବର୍ଷ ରୁ ଅଧିକ ହେବ ଗ୍ରାମର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଛକାପଞ୍ଝା ଲାଗିରହିଛି। ଏଥିପାଇଁ ବାରମ୍ବାର ବୈଠକ ମାଧ୍ୟମରେ ସମାଧାନ ପାଇଁ ଚେଷ୍ଟା ହୋଇଥିଲେ ବି କିଛି ସୁଫଳ ମିଳି ନ ଥିବାର ଜଣାପଡିଛି। ଆଜି ଗୋଟିଏ ଗୋଷ୍ଠୀ ଜଙ୍ଗଲ ମଧ୍ୟରେ ପ୍ରବେଶ କରିଥିବଳେ ଅନ୍ୟ ଗୋଷ୍ଠୀ ଟି ଗ୍ରାମରେ ଏକତ୍ରିତ ହୋଇ ବୁଲୁ ଥିଲେ। ଏହି ଉତ୍ତେଜନା ପରିସ୍ଥିତିକୁ ଏଡାଇବା ପାଇଁ ଜଂକିଆ ପୋଲିସ ଓ ଫରେଷ୍ଟ ଏସି ଏଫ୍ ଘଟଣା ସ୍ଥଳକୁ ଆସି ଉତ୍ତେଜନା ପ୍ରଶମିତ କରିବାକୁ ଚେଷ୍ଟା କରିଥିଲେ। ପୋଲିସ ଲୋକ ମାନଙ୍କୁ ବୁଝାସୁଝା କରି ଫେରିଥିବାବେଳେ କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ପାଇଁ ତୀକ୍ଷ୍ମ ଦୃଷ୍ଟି ରଖିଥିବା ଜଣାପଡିଛି। ଆସନ୍ତା କାଲି ଜିଲ୍ଲା ପ୍ରଶାସନର କେହି ଅଧିକାରୀ, ବନାଞ୍ଚଳ ଅଧିକାରୀ ଓ ପୋଲିସ ମିଳିତ ଭାବେ ଏହି ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରିବେ ବୋଲି ସୂଚନା ମିଳିଛି।
Related Posts
ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ବିଭିନ୍ନ ତୈଳ ଓ ଗ୍ୟାସ ବିତରକଙ୍କ ସହ ଆଲୋଚନା
ଖାଉଟିମାନଙ୍କୁ ସଠିକ୍ ପରିମାଣ ଓ ଗୁଣାତ୍ମକ ସାମଗ୍ରୀ ଯୋଗାଣ ଉପରେ ଗୁରୁତ୍ୱାରୋପ ଭୁବନେଶ୍ୱର, ୧୬/୭/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ରାଜ୍ୟ…
ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଓଡ଼ିଶାକୁ ଜାତୀୟସ୍ତରରେ ସମ୍ମାନ
ଭୁବନେଶ୍ୱର,୧୧/୦୫/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (ପିଏମଜିଏସୱାଇ)ର ସଫଳ କାର୍ଯ୍ୟାନ୍ୱୟନ ଏବଂ ଗ୍ରାମୀଣ ସଂଯୋଗ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟଦକ୍ଷତା ପାଇଁ ଓଡ଼ିଶାକୁ କେନ୍ଦ୍ର…
ରାଜ୍ୟ ସ୍ତରୀୟ ଦଶମ ଜାତୀୟ ହସ୍ତତନ୍ତ ଦିବସ ପାଳିତ
ଚାରିଜଣ ବିଶିଷ୍ଟ ହସ୍ତତନ୍ତ ବୁଣାକାର ସମ୍ମାନିତ ଭୁବନେଶ୍ୱର,୭/୮/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଆଜି ହସ୍ତତନ୍ତ ବୟନ ଓ ହସ୍ତଶିଳ୍ପ ବିଭାଗ ତରଫରୁ ରାଜ୍ୟ ସ୍ତରୀୟ ଦଶମ…
