ଦଶରଥପୁର, ୧୦/୦୧/୨୦୨୪ (ଓଡ଼ିଶା ସମାଚାର)- ଦଶରଥପୁର ବ୍ଲକ କନିକାପଡା ପଞ୍ଚାୟତରେ ଆଜି ଜୟ ଜଗନ୍ନାଥ ଅର୍ପଣ ରଥର ଶୁଭାରମ୍ଭ ହୋଇଯାଇଛି । ଏହିପରିପ୍ରେକ୍ଷୀରେ ପ୍ରଥମେ ଜୟ ଜଗନ୍ନାଥ ଅର୍ପଣ ରଥ ନରଣାପାଟ ଗ୍ରାମର ଇଛାବତୀ ମନ୍ଦିରରେ ପୂଜାର୍ଚନା କରିବା ପରେ କନିକାପଡା ପଞ୍ଚାୟତର ସରପଞ୍ଚ ପ୍ରଦୀପ କୁମାର ଯେନା ରଥର ଶୁଭାରମ୍ଭ କରିଥିଲେ । ସେଠାରୁ ଏହି ରଥ ମୁଲିଆ ପାଟଣା, ଦଖଣ୍ଡରା ସାହି, ବ୍ରାହ୍ମଣ ସାହି, ଓଳସାହି, କନିକାପଡା, ନାଗାପାଟଣା ଆଦି ଗ୍ରାମ ପରିକ୍ରମା କରିଥିଲେ । ରଥ ସହ କୀର୍ତ୍ତନ ମଣ୍ଡଳୀ ଯାଇଥିବା ବେଳେ ଜୟ ଜଗନ୍ନାଥ ନାମ ଜପ କରିବା ସହ ଜୟ ଜଗନ୍ନାଥ ଧ୍ୱନିରେ ଗ୍ରାମ ଗୁଡିକ ପ୍ରକମ୍ପିତ ହୋଇଉଠିଥିଲା । ଏଥିସହ ଏହି ରଥ ଘରକୁ ଘର ଯାଇଥିବା ବେଳେ ଗ୍ରାମର ମହିଳା ମାନେ ଜଗନ୍ନାଥଙ୍କ ଅର୍ପଣ ରଥକୁ ପାଛୋଟି ନେଇଥିବା ବେଳେ ଜଗନ୍ନାଥଙ୍କ ଉଦେଶ୍ୟରେ ଆଞ୍ଜୁଳେ ଚାଉଳ ଓ ଗୋଟିଏ ଗୁଆ ପ୍ରଦାନ କରିଥିଲେ । ଏଥିସହ ଏହି ଅର୍ପଣ ରଥକୁ ବିଭିନ୍ନ ସ୍ଥାନରେ ସ୍ୱାଗତ କରାଯାଇଥିବା ଦେଖିବାକୁ ମିଳିଥିଲା । ଜୟ ଜଗନ୍ନାଥ ଅର୍ପଣ ରଥ ପରିକ୍ରମା କାର୍ୟ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ କନିକାପଡା ପଞ୍ଚାୟତର ଯୁବ ନେତା ଇଂ ତିମିରକାନ୍ତ ସେନାପତି, କନିକାପଡା ପଞ୍ଚାୟତର ପୂର୍ବତନ ସମିତିସଭ୍ୟ ରାକେଶ କୁମାର ସାହୁ, କନିକାପଡା ପଞ୍ଚାୟତର ପିଇଓ ସରତ ମଲ୍ଲିକ, ଯୁବନେତା ନରେଶ ରାଉତ, ପ୍ରଶାନ୍ତ ପୁହାଣ, ସୁରେଶ ବାରିକ, ଆଶିଷ ମହାପାତ୍ର ପ୍ରମୁଖଙ୍କ ସମେତ ବହୁ ମହିଳା ସ୍ୱୟଂ ସହାୟିକା ଗୋଷ୍ଠିର ସଭ୍ୟା ଓ ଶତାଧିକ ଜନସାଧାରଣ ମାନେ ସ୍ୱତ ପ୍ରବୁତ ଭାବେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା ।