ଯୁଦ୍ଧ ନେଇଗଲା ଓଡ଼ିଆ ଯୁବକଙ୍କ ଜୀବନ

ନୂଆଦିଲ୍ଲୀ/ ଭୁବନେଶ୍ୱର,୧୮/୦୫/୨୦୨୬(ଓଡ଼ିଶା ସମାଚାର)- ରୁଷ ଉପରେ ଯୁକ୍ରେନ ଡ୍ରୋନ ମାଡ଼ରେ ୪ ମୃତକଙ୍କ ମଧ୍ୟରେ ରହିଛନ୍ତି ଜଣେ ଓଡ଼ିଆ ଯୁବକ । ମୃତକ ହେଲେ ଗଞ୍ଜାମ ଜିଲା ଚିକିଟି ବ୍ଲକ ମାଧବନ୍ଧ ଗାଁ ର  ଏ. ରାମେୟା  । ଏକ ଏଜେନ୍ସି ଜରିଆରେ ରୁଷର ଏକ କମ୍ପାନୀରେ କାମ କରିବାକୁ ସେ ଯାଇଥିଲେ । ଶନିବାର ୟୁକ୍ରେନର ଭୟଙ୍କର ଡ୍ରୋନ ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଛି  ।

ଏନେଇ ରାମାୟାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ ସେଠାରେ କାମ କରୁଥିବା ପିତାତଳି ଗାଁର ଜଣେ ଯୁବକ  । ଅନ୍ୟପକ୍ଷେ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତି ଭାସନଙ୍କୁ ଭେଟି ମୃତଦେହ ଆଣିବାକୁ ଅନୁରୋଧ କରିଛନ୍ତି ରାମେୟାଙ୍କ ପରିବାର ଲୋକ  ।

 

Leave a Reply

Your email address will not be published. Required fields are marked *