ଭୁବନେଶ୍ୱର,୦୬/୦୬/୨୦୨୬ (ଓଡ଼ିଶା ସମାଚାର /ଦୀପ୍ତିରଂଜନ କାନୁନଗୋ)- ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଆଇଟିଡିଏର ସହକାରୀ ନିର୍ବାହୀ ଯନ୍ତ୍ରୀ ବୈକୁଣ୍ଠ ନାଥ ବେହେରାଙ୍କ ଭୁବନେଶ୍ଵର, ବାରିପଦା, ଯାଜପୁର ର ଧର୍ମଶାଳା ଏବଂ ବାଲିଗୁଡ଼ାରେ ଏକା ସାଙ୍ଗରେ ୯ଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରିଛି । ଏହି ଚଢାଉରେ ୨ ଜଣ ଅତିରିକ୍ତ ଏସପି , ୫ ଜଣ ଡିଏସପି, ୬ ଜଣ ଇନ୍ସପେକ୍ଟର, ଏବଂ ଅନ୍ୟ ଅଧିକାରୀ ସାମିଲ ଅଛନ୍ତି।

ସୂଚନାନୁଯାୟୀ, ସହକାରୀ ଯନ୍ତ୍ରୀ ବୈକୁଣ୍ଠ ନାଥ ବେହେରାଙ୍କର ଭୁବନେଶ୍ଵର ଚନ୍ଦ୍ରଶେଖରପୁର ସ୍ଥିତ ଏକ ଚାରି ମହଲା କୋଠା, ଶୈଳେଶ୍ରୀବିହାର ସ୍ଥିତ ତିନି ମହଲା ଘର, ପଟିଆ ସ୍ଥିତ ଦୁଇ ମହଲା ଘର, ଚନ୍ଦ୍ରଶେଖରପୁର ସ୍ଥିତ ଦୁଇ ମହଲା ଘର, ଧର୍ମଶାଳା ସ୍ଥିତ ପୈତୃକ ଘର, ବାରିପଦା ଟାଉନରେ ଥିବା ସମ୍ପର୍କୀୟଙ୍କ ଘର, ଧର୍ମଶାଳା କଲେଜ ନିକଟରେ ଥିବା ସମ୍ପର୍କୀୟଙ୍କ ଘର, ସହକାରୀ ଯନ୍ତ୍ରୀଙ୍କ ଅଫିସ୍ ଏବଂ ସରକାରୀ ବାସଭବନରେ ଭିଜିଲାନ୍ସ ଚଢାଉ କରିଛି।..
ମାନ୍ୟବର ସ୍ୱତନ୍ତ୍ର ବିଚାରପତି, ଭିଜିଲାନ୍ସ, ଭୁବନେଶ୍ୱରଙ୍କ ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ଆଧାରରେ ଏହି ଚଢ଼ାଉ ଚାଲିଛି । ତଲାସି ବେଳେ ବିଭିନ୍ନ ସମ୍ପତ୍ତି, ଦସ୍ତାବିଜ ଓ ନିବେଶ ସମ୍ପର୍କିତ ତଥ୍ୟ ଯାଞ୍ଚ କରାଯାଉଥିବା ଜଣାପଡ଼ିଛି। ତେବେ ଚଢ଼ାଉ ଜାରି ଥିବାରୁ ଏପର୍ୟ୍ୟନ୍ତ ସମ୍ପତ୍ତିର ପରିମାଣ କିମ୍ବା ମୂଲ୍ୟ ସମ୍ପର୍କରେ ଭିଜିଲାନ୍ସ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ପ୍ରକାଶ କରାଯାଇନାହିଁ।
ଭୁବନେଶ୍ୱର କାନନ ବିହାର ବାସଭବନରୁ ୩ ଲକ୍ଷ ନଗଦ ଟଙ୍କା ଜବତ ହୋଇଛି । ୪ରୁ ଅଧିକ ଦାମୀ ଆଇ ଫୋନ୍ । ଏକାଧିକ ଦାମୀ ଘଣ୍ଟା ଓ ବ୍ରାଣ୍ଡେଡ ବ୍ୟାଗ୍ ଯାହାର ଆନୁମାନିକ ମୂଲ୍ୟ ଏକ ଲକ୍ଷରୁ ଅଧିକ । ୩ ଟି ହୀରା ମୁଦି ସହ ଏକାଧିକ ସୁନା ଓ ରୂପା ଅଳଙ୍କାର । ୨୪ କ୍ୟାରେଟ ସୁନାର ୩ ମୂର୍ତ୍ତି ସହ ଏକାଧିକ ବ୍ୟାଙ୍କ ଆକାଉଣ୍ଟକୁ ଭିଜିଲାନ୍ସ ଜବତ କରିଛି ।
ଚଢ଼ାଉ ସମୟରେ ନିମ୍ନ ସମ୍ପତି ଭିଜିଲାନ୍ସର ନଜରକୁ ଆସିଛି ।
୧)ପ୍ଲଟ ନମ୍ବର ୩୦୯/୭୪୬୮, ଖାତା ନମ୍ବର ୬୧୯/୨୨୪୫, ମୋଜା- ଭୁବନେଶ୍ୱର ସାହାର, ୟୁନିଟ୍ ନମ୍ବର ୪୧, ଚନ୍ଦ୍ରଶେଖରପୁର (ନିଲାଦ୍ରି ବିହାର), ଭୁବନେଶ୍ୱର (ଘର ନମ୍ବର ଝ-୫/୪୬୯, ଲେନ୍ ନମ୍ବର ୬) ରେ ଅବସ୍ଥିତ ଚାରି ମହଲା କୋଠା ।
୨) ପ୍ଲଟ୍ ନମ୍ବର ୪/୪୩୪୭, ଖାତା ନମ୍ବର ୬୧୯/୩୨୬୫, ଭୁବନେଶ୍ୱର ସାହାର, ୟୁନିଟ୍ ନମ୍ବର ୪୧, ଶୈଳଶ୍ରୀ ବିହାର, ଭୁବନେଶ୍ୱର (ଘର ନମ୍ବର ଏଇ-୧୭୬, କୈଳାସ ବିହାର) ରେ ଅବସ୍ଥିତ ତିନି ମହଲା କୋଠା ।
୩) ଏଚଆଇଜି୧୪୬, କାନନ ବିହାର, ପ୍ରଥମ ପର୍ୟ୍ୟାୟ (ବୈଦ୍ୟନାଥ ମେମୋରିଆଲ୍ ହସ୍ପିଟାଲ୍ ନିକଟରେ), ପାଟିଆ, ଭୁବନେଶ୍ୱରରେ ଅବସ୍ଥିତ ଦୁଇ ମହଲା କୋଠା ।

