କେନ୍ଦ୍ରାପଡ଼ା,୨୯/୦୪/୨୦୨୫(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ନାନକାର ଛକରେ ଥିବା ଏକ ଜଳଖିଆ ଦୋକାନରେ ଏକ ଟ୍ରକ ପଶିଯିବାରୁ ଦୋକାନଟି ଭାଙ୍ଗିରୁଜି ଛାରଖାର ହୋଇଯାଇଛି । ଏଥିରେ ଦୋକାନୀ ନକୁଳି ଚରଣ ବାରିକ ଗୁରୁଲର ଆହତ ହୋଇ ଡାକ୍ତରଖାନାରେ ଭର୍ତି ହୋଇଛନ୍ତି ।
ତାଙ୍କ ମୁଣ୍ଡ ଫାଟିଯିବା ସହ ଅନ୍ଟାରେ ଆଘାତ ଲାଗିଛି । ଖବର ପାଇ ସଦର ଥାନା ପୋଲିସ ଟ୍ରକ ଟିକୁ ଜବତ କରିବା ସହ ଆହତ ନକୁଳିଙ୍କୁ ଡାକ୍ତରଖାନା ନେଇଥିଲା । ଘଟଣାସ୍ଥଳରୁ ଟ୍ରକ ଚାଳକ ଫେରାର ହୋଇଯାଇଥିଲେ । ସଂପୃକ୍ତ ଟ୍ରକ ଚାଳକଙ୍କୁ ଗିରଫ କରିବା ସହ ଭାଙ୍ଗିଥିବା ଦୋକାନ ନିର୍ମାଣ ପାଇଁ କ୍ଷତିପୁରଣ ଦେବାକୁ ନକୁଳି ଦାବି କରିଛନ୍ତି ।