ସାମାଜିକ ସଂଗଠନ ମର୍ଣ୍ଣିଙ୍ଗ ମିଟ ପକ୍ଷରୁ ପଦଯାତ୍ରୀଙ୍କୁ ସମ୍ବର୍ଦ୍ଧନା

କଟକ, ୧୬/୦୪/୨୦୨୬ ( ଓଡିଶା ସମାଚାର / ଅଭୟ ଜେନା ) ଓଡ଼ିଶାର ଅଗ୍ରଣୀ ସାମାଜିକ ସଂଗଠନ ମର୍ଣ୍ଣିଙ୍ଗ ମିଟ ପକ୍ଷରୁ ପ୍ରୟାଗ ରାଜରୁ  ସଦଭାବନାର ବାର୍ତ୍ତା ପ୍ରଚାର ଉଦ୍ଦେଶ୍ୟରେ ଚାରିଧାମ ଯାତ୍ରାରେ ବାହାରିଥିବା ପଦଯାତ୍ରୀ ଦଳକୁ ଫୁଲନଖରା ଠାରେ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।

ସମ୍ବର୍ଦ୍ଧନାର ଉତ୍ତରରେ ପଦଯାତ୍ରୀମାନେ ମର୍ଣ୍ଣିଙ୍ଗ ମିଟର ଏପରି ସାଧୁ ଉଦ୍ୟମର ଭୂୟସୀ ପ୍ରଶଂସା କରିବା ସହ ଓଡିଶା ବାସୀଙ୍କ ଆତିଥେୟଥା ଓ ଓଡ଼ିଶାର ବଡ଼ ଠାକୁର ଜଗନ୍ନାଥଙ୍କ ମହିମା୍ର ପ୍ରଶଂସା କରିଥିଲେ। ଉକ୍ତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ପ୍ରଶାନ୍ତ ମହାନ୍ତି, ସମାଜ ସେବୀ ସୁଧୀର ପଟ୍ଟନାୟକ,ସାମ୍ବାଦିକ ଅମୂଲ୍ୟ ବାରିକ, ସାମ୍ବାଦିକ ପ୍ରଦୀପ୍ତ କୁମାର ଦାସ,ଲିଙ୍କନ ରାଉତ,ବିନୟ ଜେନା   ଜେନା ପ୍ରମୁଖ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *