କେନ୍ଦୁଝର, ୧୮/୦୫/୨୦୨୬ (ଓଡ଼ିଶା ସମାଚାର)- ବାଉରିପଦା ପଂଚାୟତରେ ସୋମବାର ଭତା ଦେବାକୁ ଥିଲା । ଏଣୁ ସକାଳୁ କେନ୍ଦୁଝର ଏଚଡିଏଫସି ବ୍ୟାଙ୍କରୁ ବାଉରିପଦା ପିଇଓ ଏବଂ ଏଡିଇଓ ମିଶି ୮ ଲକ୍ଷ ୧୮ ହଜାର ଏକ ଶହ ଟଙ୍କା ଉଠାଇ ପଂଚାୟତ ଅଭିମୁଖେ ବାଇକରେ ଯାଉଥିଲେ । ଉଭୟଙ୍କୁ ଜଣାନଥିଲା ଯେ କେହି ଜଣେ ତାଙ୍କୁ ପିଛା କରୁଛି ବୋଲି ।
ସଦର ଥାନା ମୁକୁନା ବଜାର ଠାରୁ କିଛି ଦୂରରେ ପଲସର ବାଇକରେ ଥିବା ତିନି ଜଣ ହଠାତ୍ ତାଙ୍କ ସାମ୍ନାରେ ବାଇକ ରଖି ତାଙ୍କୁ ଟଙ୍କା ଭରା ବ୍ୟାଗ ମାଗିଲେ । ଦୁହେଁ ନ ଦେବାରୁ ବନ୍ଧୁକ ବାହାର କରି ଗୋଟିଏ ରାଉଣ୍ଡ ଗୁଳି ଫୁଟାଇଥିଲେ । ଗୁଳି ଫୁଟାଇ ଦୁଇ ଅଧିକାରୀଙ୍କ ଦୁଇଟି ବ୍ୟାଗକୁ ଛଡ଼ାଇନେଇ ନାଲି ପଲସର ଗାଡିରେ ବେଲଦା ଅଭିମୁଖେ ପଳାଇ ଯାଇଥିଲେ । ପରେ ପିଇଓ ଫୋନ ମାଧ୍ୟମରେ ସଦର ବିଡିଓ ଙ୍କୁ ଅବଗତ କରାଇଥିଲେ । ସବୁ କଥା ଶୁଣିବା ପରେ ଅଧିକାରୀମାନେ ସଦର ବିଡିଓଙ୍କୁ ଅବଗତ କରାଇଥିଲେ ।
