ଦୁଇ ବାଇକ୍ ମୁହାମୁହି ଧକା ରେ ସ୍ବାମୀ ମୃତ ସ୍ତ୍ରୀ ଗୁରୁତର

ଜୁନାଗଡ଼ , ୧୬/୧୨/୨୦୨୪ (ଓଡ଼ିଶା ସମାଚାର /ରାକେଶ ବେମାଲ) – କଳାହାଣ୍ଡି ଜିଲ୍ଲା ମୋଟେର – ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥ ଚାହାରବାହାଲ ପଖନାଗୁଡା ଛକ ନିକଟରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା। ଦୁଇବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କାରେ ହେବାରୁ  ସ୍ବାମୀ ମୃତ ସ୍ତ୍ରୀ ଗୁରୁତ୍ବର ହୋଇ ଥିବା ଜଣା ପଡିଛି। ଗୃତୁତ ର ସ୍ତ୍ରୀ କୁ ଜୁନାଗଡ ଡାକ୍ତର ଖାନ। ରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିବା ବେଳେ କ୍ଷତି ପୂରଣ ଦାବିରେ ମୃତକ ଙ୍କ ଶବ ରଖି ରାସ୍ତା ଅବରୋଧ କରାଯାଇଛି।

 ସୂଚନା ଅନୁସାରେ ଦେଉଣ୍ଡି ରାମ ପଡ଼ା ର  ସ୍ୱାମୀ ଈଶ୍ୱରୀ ସିଂ( ୫୫) ଓ ସ୍ତ୍ରୀ ସଭ୍ୟା ର।ଣୀ  ସିଂହ କୋୖଣସି କାମ ନେଇ ଚାହାରବାହାଲ କୁ ଯାଇଥିଲେ । ଫେରିବା ସମୟରେ ମଣ୍ଡି ନିକଟରେ ସାମ୍ନା ପଟୁ ଆସୁଥିବା ଏକ ବାଇକ୍ ସହ ମୁହାମୁହି ଧକା ହୋଇଥିଲା ।

 ଘଟଣା ସ୍ଥଳରେ ସ୍ବାମୀ ଈଶ୍ୱର  ସିଂ ଙ୍କ  ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ସଭ୍ୟା ର।ଣୀ ସିଂ ଗୁରୁତର  ହେତୁ ଜୁନାଗଡ ଡାକ୍ତର ଖାନ। ପଠାଯାଇଛି ।ଅନ୍ୟ ପକ୍ଷେ ଚାରବାହାଲ ର ତିନିଜଣ ଯୁବକ ଦୁର୍ଘଟଣା ଘଟାଇ ଥିବା ବେଳେ ଦୁର୍ଘଟଣା ଘଟାଇଥିବା ଜଣେ ଯୁବକ ମଧ୍ୟ ଡାକ୍ତରଖାନାରେ ଭର୍ତ୍ତି ହୋଇଛି । ଗ୍ରାମବାସୀ ଓ ସମ୍ପର୍କୀୟ କ୍ଷତି ପୂରଣ ଦାବି ରେ ରାସ୍ତା ଉପରେ ଶବ ରଖି ରାସ୍ତା ଅବରୋଧ କରିଛନ୍ତି ।

Leave a Reply

Your email address will not be published. Required fields are marked *