ମାହାଙ୍ଗା,୧୮/୦୫/୨୦୨୬ ( ଓଡିଶା ସମାଚାର / ଅଭୟ ଜେନା )-କଟକ ଜିଲ୍ଲା ମାହାଙ୍ଗା ଥାନା ପଣସପୁର ପଂଚାୟତ ଅକର ପଡ଼ା ଗ୍ରାମରେ ନିଜର ଦାଦା ହାଣିଲା ପୁତୁରା ବୋହୂକୁ । ମୃତ ସ୍ୱର୍ଣ୍ଣଲତା ସାହୁ ଙ୍କ ବୟସ ପାଖାପାଖି ୪୦ ହେବ ।
ମୃତା ମହିଳା ଙ୍କ ସ୍ୱାମୀଙ୍କ ନାମ ରଞ୍ଜନ ସାହୁ । ଆଜି ଦିନ ୯ ଟା ସମୟରେ ବିଲ ମଝିରେ ଗୋଡେଇ ଗୋଡେଇ କଟୁରୀରେ ହାଣି ଫେରାର ହୋଇ ଯାଇଥିଲା ଅଭିଯୁକ୍ତ । ତେବେ ଅଭିଯୁକ୍ତ ଦାଦା ହଗୁରା ସାହୁ ଜମି ଜମା ଘରୋଇ କଳିକୁ ନେଇ ଏଭଳି ଘଟଣା ଘଟାଇଛି ବୋଲି କୁହାଯାଉଛି । ଅନ୍ୟପଟେ ଅଭିଯୁକ୍ତ ହଗୁରା ମାହାଙ୍ଗା ଥାନା ରେ ଆତ୍ମସମର୍ପଣ କରିଛି । ଘଟଣା ସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଚଳାଇଛନ୍ତି ।
