ଭୂମିପୁତ୍ରର ବାର୍ଷିକ ଉତ୍ସବ ଓ ସମ୍ବର୍ଦ୍ଧନା ସମାରୋହ

ମାହାଙ୍ଗା,୦୪/୦୫/୨୦୨୬(ଓଡିଶା ସମାଚାର / ଅଭୟ ଜେନା)- ସଂସ୍କୃତି ବିଭାଗ ଏବଂ ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ “ଭୂମିପୁତ୍ର” ର ମିଳିତ ସହଯୋଗରେ ଲୋକକଳା ମହୋତ୍ସବ- ୨୦୨୬ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ପୋଡାମରାଇ ପଞ୍ଚାୟତରେ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ସାହିତ୍ୟିକ ତଥା ସ୍ତମ୍ଭକାର ବିଧାନ ଚନ୍ଦ୍ର ସାମଲ ଯୋଗଦେଇ ଲୋକକଳାର ଗାରିମାମୟ ଇତିହାସ ଉପରେ  ବକ୍ତବ୍ୟ ପ୍ରଦାନ କରିଥିଲେ । ସାହିତ୍ୟିକ ଡକ୍ଟର ଭାବଗ୍ରାହୀ ରାଉତଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଲୋକ ମହୋତ୍ସବରେ ଓଡ଼ିଆ ସଂସ୍କୃତି ଉପରେ ତଥ୍ୟ ଭିତ୍ତିକ ଆଲୋଚନା କରାଯାଇଥିଲା ।

ଉତ୍ସବରେ ମୁଖ୍ୟ ବକ୍ତା ଭାବେ  ଯୋଗଦେଇ ସାହିତ୍ୟିକ ଅଖିଳେଶ ପଦ ମହାନ୍ତି କହିଲେ,ଭୂମିପୁତ୍ର କେବଳ ଏକ ସାମାଜିକ ଅନୁଷ୍ଠାନ ନୁହେଁ,ଗ୍ରାମାଞ୍ଚଳରୁ ନୂଆନୂଆ ପ୍ରତିଭାକୁ ଚିହ୍ନି ଚିହ୍ନେଇବାରେ ଏହି ସଂଗଠନ ନିରବଛିନ୍ନ ଭାବେ ଉଦ୍ୟମ ଜାରିରଖିବା ସହିତ ବହୁ ଜନ କଲ୍ୟାଣ କାର୍ଯ୍ୟରେ ନିୟୋଜିତ ଥିବାରୁ ସେମାନେ ଆଜି ପ୍ରଶଂସାର ପାତ୍ର ହୋଇପାରିଛନ୍ତି । ଉତ୍ସବରେ ସମ୍ମାନିତ ଅତିଥି ଭାବେ କବି ପ୍ରଶାନ୍ତ କୁମାର କର, ସମାଜସେବୀ ହରିବନ୍ଧୁ ରାଉତ,ସାହିତ୍ୟିକା ସୁପ୍ରଭା ସାମଲ, ସାମ୍ବାଦିକ ଲକ୍ଷ୍ମୀଧର ଖୁଣ୍ଟିଆ ପ୍ରମୁଖ ବହୁ ବିଶିଷ୍ଟ ଅତିଥି ମାନେ ଯୋଗଦେଇ ଓଡ଼ିଶାର ଲୋକ କଳା ଲୋକ ସାହିତ୍ୟ ଏବଂ ଓଡ଼ିଆ ଅସ୍ମିତା ଉପରେ ଚର୍ଚ୍ଚା କରିଥିଲେ । ଗ୍ରାମାଞ୍ଚଳର ବିଭିନ୍ନ କଳାକାର ମାନେ ନୃତ୍ୟ, ସଂଗୀତ ଓ ବାଦ୍ୟ ପରିବେଷଣ କରିଥିଲେ ।

ନୃତ୍ୟ, ସଂଗୀତ, ବାଦ୍ୟଯନ୍ତ୍ର ପରିବେଷଣ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ବହୁ ପ୍ରତିଭାବାନ ବ୍ୟକ୍ତିଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି କଳା, ସାହିତ୍ୟ, ସାମ୍ବାଦିକତା ଓ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବହୁ ସୁନାମଧନ୍ୟ ବ୍ୟକ୍ତି ମାନଙ୍କୁ ଭୂମିପୁତ୍ର ପକ୍ଷରୁ ଉତ୍ତରୀୟ,ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । ମାନବାଧିକାର କର୍ମୀ ସାଇରଞ୍ଜନ ପ୍ରଧାନ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଭୂମିପୁତ୍ରର ସଭାପତି କୈଳାଶ ଚନ୍ଦ୍ର ରଣା, ସମ୍ପାଦକ ଭୀମସେନ ରାଉତ,ଅନୁଷ୍ଠାନର ସଦସ୍ୟ ଜୟନ୍ତ ପ୍ରଧାନ, କାଳିଆ ପ୍ରଧାନ, ସୁଧାଂଶୁ ଶେଖର ପ୍ରଧାନ,ବିଜୟ ସ୍ୱାଇଁ, ପ୍ରେମାନନ୍ଦ ରାଉତ,ବଲ୍ଲଭ ସେଠୀ, ଫକୀର ଚରଣ ସେଠୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ଏହି ଉତ୍ସବରେ ବହୁ ବୁଦ୍ଧିଜୀବୀ, କବି,ସାହିତ୍ୟିକ , କଳାକାର, ଶିଳ୍ପୀ,ମାନବାଧିକାର କର୍ମୀ ସାମିଲ ହୋଇଥିଲେ l ମାନବାଧିକାର କର୍ମୀ ପୂର୍ଣ୍ଣପ୍ରଭା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *