ଭୁବନ ୧୮/୦୫/୨୦୨୬ (ଓଡ଼ିଶା ସମାଚାର)- ଢେଙ୍କାନାଳ ଜିଲ୍ଲା ଭୁବନ ଅବକାରୀ ବିଭାଗ ଆଜି ସୋମବାର ୯ ଲିଟର ବିଦେଶୀ ମଦ ସହ ସ୍ପ୍ଲେଣ୍ଡର ମୋଟର ସାଇକେଲ ଜବତ କରିବା ସହ ଆସାମୀକୁ ଗିରଫ କରିଥିବା ସୂଚନା ମିଳିଛି। ଭୁବନ ଥାନା ଅନ୍ତର୍ଗତ ମାର୍ଥାପୁର ଅଞ୍ଚଳରେ ଚୋରା ବିଦେଶୀ ମଦ କାରବାର ହେଉଥିବା ଖବର ପାଇ ଅବକାରୀ ନିରୀକ୍ଷକ ଶ୍ରୀଯୁକ ବୁଲୁ ପାତ୍ର ସୋମବାର ସକାଳେ ସଦଳ ବଳେ ପାଟ୍ରୋଲିଂ ରେ ଯାଇଥିଲେ ।
ଭବାନୀ ଶଙ୍କର ମିଶ୍ର ତାଙ୍କ ସ୍ପ୍ଲେଣ୍ଡର ମୋଟର ସାଇକେଲରେ ବିଦେଶୀ ମଦ ନେଇ ବିକ୍ରୟ କରିବାକୁ ଯାଉଥିବା ସମୟରେ ଅବକାରୀ ବିଭାଗ ହାବୁଡ଼ରେ ପଡ଼ିଥିଲେ। ତାଙ୍କ ଠାରୁ ୯ ଲିଟର ବିଦେଶୀ ମଦ ଜବତ କରାଯିବା ସହ ତାଙ୍କୁ ଗିରଫ କରାଯାଇଥିଲା । ଭୁବନ ଅବକାରୀ ଇନ୍ସପେକ୍ଟର ବୁଲୁ ପାତ୍ର ଙ୍କ ତତ୍ତ୍ଵାବଧାନରେ କନଷ୍ଟେବଳ ଶ୍ରଦ୍ଧାଞ୍ଜଳି ସାମଲ, ସୁଜିତ ନାୟକ,ଆଲୋକ କୁମାର ଜେନା ଙ୍କ ସହଯୋଗ କରିଥିଲେ । ଏ ସମ୍ପର୍କରେ କେଶ୍ ନଂ ୨୭/୨୦୨୬-୨୭ ରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ବିଭାଗ ପକ୍ଷରୁ ଜଣାପଡ଼ିଛି ।
