ପଟ୍ଟାମୁଣ୍ଡାଇ ୧୭/୦୫/୨୦୨୬ (ଓଡ଼ିଶା ସମାଚାର)- ପଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବାଛରା ପଂଚାୟତ ମଣ୍ଡପଡ଼ା ଭଜନେଶ୍ଵର ହାଇସ୍କୁଲର ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ରୌପ୍ୟ ଜୟନ୍ତୀ ପାଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହି ଉପଲକ୍ଷେ ରୌପ୍ୟ ଜୟନ୍ତୀ କମିଟି ସଭାପତି ସଂଗ୍ରାମ ସାମଲ ଙ୍କ ପୌରହିତ୍ୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।
ଏହି ବୈଠକରେ କମିଟିର ଉପସଭାପତି କମଳ ଲୋଚନ ସାହୁ, ସମ୍ପାଦକ ଅବିନାଶ ପ୍ରଧାନ, ଉପସମ୍ପାଦକ କ୍ଷୀରୋଦ ବେହେରା ନାରାୟଣ ପ୍ରସାଦ ରାଉତ, ସମୀର କୁମାର ପ୍ରଧାନ, କାହ୍ନୁ ଚରଣ ପଣ୍ଡା ବିଭୁ ପ୍ରସାଦ ସାହୁ ନିରୋଦ ନଳିନୀ ମହାନ୍ତିଙ୍କ ସମେତ ଗ୍ରାମର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ ଆଲୋଚନାରେ ଭାଗ ନେଇ ଥିଲେ। ରୌପ୍ୟ ଜୟନ୍ତୀ ଉତ୍ସବକୁ ସବୁ ମତେ ସଫଳ କରିବା ପାଇଁ ସମସ୍ତେ ସକ୍ରିୟ ସହଯୋଗ କରିବାକୁ ଉପସଭାପତି ଶ୍ରୀ ସାହୁ ନିବେଦନ କରିଥିଲେ । ରୌପ୍ୟ ଜୟନ୍ତୀ କମିଟି ସଭାପତି ଶ୍ରୀସାମଲ ଭଜନେଶ୍ୱର ହାଇସ୍କୁଲ ଏ ଅଂଚଳର ଶିକ୍ଷା ବ୍ୟବସ୍ଥାର ମୂଳଦୁଆ। ଏହି ଗୌରବମୟ ଯାତ୍ରାକୁ ସ୍ମରଣୀୟ କରିବା ପାଇଁ ସମସ୍ତେ ଏକଜୁଟ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ ।
ହାଇସ୍କୁଲ ପ୍ରତିଷ୍ଠାକୁ ୩୫ବର୍ଷ ହୋଇଯାଇଥିଲେ ମଧ୍ୟ ରୌପ୍ୟ ଜୟନ୍ତୀ ପାଳନ ହୋଇ ପାରିନଥିବାରୁ ଏହି ଗୌରବମୟ ଶିକ୍ଷାନୁଷ୍ଠାନର ଗାରିମା ବୃଦ୍ଧି କରିବା ପାଇଁ ଏବେ ସମସ୍ତଙ୍କ ସହଯୋଗରେ ରୌପ୍ୟ ଜୟନ୍ତୀ ପାଳନ କରିବା ପାଇଁ ସମୟ ଉପନୀତ ହୋଇଛି ବୋଲି ପ୍ରକାଶ କରିଥିଲେ ।ଏହି ବୈଠକରେ ବହୁ ପୁରାତନ ଛାତ୍ରଛାତ୍ରୀ, ସ୍ଥାନୀୟ ବୁଦ୍ଧିଜୀବୀ ଓ ଗ୍ରାମବାସୀମାନେ ଯୋଗ ଦେଇଥିଲେ। ଆସନ୍ତା ୨୦୨୭ ଏପ୍ରିଲ ମାସ ଶେଷ ସପ୍ତାହ ରେ ୩ ଦିନ ଧରି ରୌପ୍ୟ ଜୟନ୍ତୀ ପାଳନ ପାଇଁ ନିଷ୍ପତ୍ତି ନିଆଯାଇଛି । ଶେଷରେ ଉପସଭାପତି ଶ୍ରୀସାହୁ ଧନ୍ୟବାଦ ଦେଇଥିଲେ।
