ବଡ଼ବିଲ,୧୯/୧୨/୨୦୨୫(ଓଡ଼ିଶା ସମାଚାର)-ସରସ୍ବତୀ ଶିଶୁବିଦ୍ୟାମନ୍ଦିର,ବଡବିଲ ପରିସରରେ କନ୍ୟା ଶିବିର ସଫଳତାର ସହିତ ଆୟୋଜନ ହୋଇଯାଇଛି । ଏହି ଶିବିର ର ଉଦ୍ଦେଶ୍ୟ ଥିଲା ଶିଶୁଙ୍କ ମଧ୍ୟରେ ସଂସ୍କାର । ଦେଶଭକ୍ତି ଓ ନୈତିକ ମୂଲ୍ୟବୋଧ ର ବିକାଶ କରିବା ।
ଶିଶୁ ମାନେ ଯୋଗ ପ୍ରଣାୟାମ ସହିତ ଲୁପ୍ତ ହୋଇ ଯାଉଥିବା ବିଭିନ୍ନ ପାରମ୍ପାରିକ ଖେଳ ଖେଳିଲେ ,ଆମ ସଂସ୍କୃତିର ପାରମ୍ପାରିକ ଖାଦ୍ୟର ପ୍ରଦର୍ଶନୀ ,ବର୍ଯ୍ୟବସ୍ତୁରୁ ବିଭିନ୍ନ ଜିନିଷ ପ୍ରସ୍ତୁତ, ଓଡ଼ିଆ ପର୍ବପର୍ବାଣୀ ପାଳନ ଯେପରି ଖୁଦୁରୁକୁଣୀ, ମାଣବସା ଗୁରୁବାର, ଆଦିର ନମୁନା କରିଥିଲେ , ମହିୟସୀ ମହିଳା ଙ୍କ ବେଶ ହୋଇଥିଲେ । ଶିଶୁମାନେ ନାଚଗୀତ କାର୍ଯ୍ୟକ୍ରମ କରି ,ସହଭୋଜ କରି ମନ ଖୁସିରେ ଘରକୁ ଯାଇଥିଲେ ।
ଉକ୍ତ କାର୍ଯ୍ୟକ୍ରମରେ ୪୦୦ ଭଉଣୀ, ଉପସ୍ଥିତ ଥିଲେ । ପ୍ରଧାନ ଆଚାର୍ଯ୍ୟ ବିପିନ ବିହାରୀ ଖଣ୍ଡାୟୀ ଙ୍କ ତତ୍ତ୍ଵାବଧାନରେ ଓ ସମସ୍ତ ଗୁରୁଜୀ ଗୁରୁମା ପ୍ରଚେଷ୍ଟା ରେ ଏହା ସଫଳ ହୋଇଅଛି।
