ଭୁବନେଶ୍ୱର, ୦୬/୧୦/୨୦୨୬(ଓଡ଼ିଶା ସମାଚାର)- ସିଟିଜେନ୍ସ ଫୋରମ ପକ୍ଷରୁ ‘ସୃଜନୀ ସନ୍ଧ୍ୟା’ର ‘ଶାରଦୀୟ ଆସର’ ଏକ ମନୋରମ ପରିବେଶରେ ଗ୍ରୀନ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି। ଶରତର ନିର୍ମଳ ପରିବେଶ ମଧ୍ୟରେ ଆୟୋଜିତ ଏହି ସାହିତ୍ୟିକ ସନ୍ଧ୍ୟାରେ କବିତା, ସୃଜନ ଓ ସାଥୀତ୍ୱର ମନୋରମ ପରିବେଶ ସୃଷ୍ଟି ହୋଇଥିଲା।
ଫୋରମର ସଭାପତି ଡ଼ଃ ସୁରେନ୍ଦ୍ର ମିଶ୍ର କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ। ସମ୍ମାନୀୟ ଅତିଥି ଭାବେ ଡ଼ଃ କୃଷ୍ଣ ବଳ ଓ ଶ୍ରୀ ଦୁର୍ଗା ଚରଣ ଷଡ଼ଙ୍ଗୀ ଯୋଗଦେଇ ସାହିତ୍ୟ ଓ ସୃଜନଶୀଳତାର ଗୁରୁତ୍ୱ ଉପରେ ମତବ୍ୟକ୍ତ କରିଥିଲେ।
କାର୍ଯ୍ୟକ୍ରମର ପ୍ରଥମ ସୋପାନରେ କବିତା ପାଠ ଅନୁଷ୍ଠିତ ହୋଇଥିଲା। ପ୍ରାୟ ୧୫ ଜଣ କବି ସ୍ୱରଚିତ କବିତା ପାଠ କରି ଉପସ୍ଥିତ ସାହିତ୍ୟପ୍ରେମୀଙ୍କୁ ମୁଗ୍ଧ କରିଥିଲେ। କବିତା ପାଠ ପର୍ବକୁ ସୁନ୍ଦର ଭାବେ ସଂଚାଳନ କରିଥିଲେ ବ୍ରଜେଶ୍ୱରୀ ବେହେରା। ସ୍ୱରଚିତ କବିତା ପାଠରେ ଅଂଶ ଗ୍ରହଣ କରିଥିଲେ ଦେବାନନ୍ଦ ସାମଲ, ଅପର୍ଣ୍ଣା ଭାରତୀ କର, ବାସନ୍ତୀ ଆଚାର୍ଯ୍ୟ, ଉର୍ମିମାଳା ଆଚାର୍ଯ୍ୟ, ଅନୁସୂୟା ସାହୁ, ରଶ୍ମି ସାହୁ, ଅମୁଲ୍ୟ ଦାସ, ଶ୍ରୀବତ୍ସ ଲାଂଛନ ଦାସ, ରମେଶ ଚନ୍ଦ୍ର ସାହୁ, ଗଗନ ବିହାରୀ ସାହୁ, ଅମରନାଥ ବାରିକ, ସନ୍ତୋଷ ଆଚାର୍ଯ୍ୟ, ନରେନ୍ଦ୍ର କୁମାର ନାୟକ, ସୁରେନ୍ଦ୍ର ମୋହନ ମିଶ୍ର, ଦୁର୍ଗା ଚରଣ ଷଡ଼ଙ୍ଗୀ ପ୍ରମୁଖ। ଏହି ଅବସରରେ ଫୋରମର ସଭ୍ୟା ଅପର୍ଣ୍ଣା ଭାରତୀ କରଙ୍କ ଲିଖିତ କବିତା ସଂକଳନ “ସ୍ୱତଃ ସୁରଭି ” କୁ ଅତିଥି ମାନେ ଉନ୍ମୋଚନ କରିଥିଲେ।
ସମଗ୍ର ମଞ୍ଚ ପରିଚାଳନା ଦାୟିତ୍ୱ ତୁଲାଇଥିଲେ ଫୋରମର ଯୁଗ୍ମ ସମ୍ପାଦକ ଇଂ ନରେନ୍ଦ୍ର କୁମାର ନାୟକ। ଶେଷରେ ଫୋରମର ଉପଦେଷ୍ଟା ଶ୍ରୀ ଅମୁଲ୍ୟ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଦେବସ୍ମିତା ଜେନା, ଅନୁସୂୟା ସାହୁ ଓ଼ ସନ୍ତୋଷ ଆଚାର୍ଯ୍ୟ ନିଜ ନିଜ ସୁଲଳିତ କଣ୍ଠରେ ସଂଗୀତ ପରିବେଷଣ କରି ଉପସ୍ଥିତ ଶ୍ରୋତା ମଣ୍ଡଳୀଙ୍କୁ ଅମୋଦିତ କରିଥିଲେ। ଫୋରମ ର ସଭ୍ୟ ସଭ୍ୟା ମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ ଓ଼ କବିତାର ସୁର, ଶବ୍ଦର ଛନ୍ଦ ଓ ସାଥୀତ୍ୱର ଆତ୍ମୀୟତାରେ ଭରପୂର ଏହି ଶାରଦୀୟ ଆସର ସମସ୍ତଙ୍କ ମନରେ ଏକ ମଧୁର ଓ ସ୍ମରଣୀୟ ଅନୁଭୂତି ସୃଷ୍ଟି କରିଥିଲା। କାର୍ଯ୍ୟକ୍ରମ ଶେଷରେ ସିଟିଜେନ୍ସ ଫୋରମ ପକ୍ଷରୁ ଉପସ୍ଥିତ ସମସ୍ତଙ୍କ ପାଇଁ ରାତ୍ରିଭୋଜନର ବ୍ୟବସ୍ଥା କରାଯାଇଥିଲା।
