ଆପାର ଆଇଡି ନିମନ୍ତେ ପିଟିଏ ର ସ୍ଵତନ୍ତ୍ର ବୈଠକ

ଭୁବନ ୩୦/୯/୨୦୨୪ (ଓଡ଼ିଶା ସମାଚାର)-ବାଜି ରାଉତ ସ୍ମୃତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଆନୁକୁଲ୍ୟରେ ଆପାର ଆଇଡି ନିମନ୍ତେ  ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନନ୍ୟ ଦାଶ ଙ୍କ ନିର୍ଦ୍ଦେଶ କ୍ରମେ ପିତାମାତା ତଥା ଅଭିଭାବକ ମାନଙ୍କର ଏକ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଅଧ୍ୟକ୍ଷ ଅଜିତ କୁମାର ବେହେରା ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ବୈଠକରେ ଛାତ୍ରଛାତ୍ରୀ ମାନଙ୍କ ଆପାର୍ ଆଇଡି ପ୍ରସ୍ତୁତି ନିମନ୍ତେ ପିତାମାତା ତଥା ଆଇନଗତ ଅଭିଭାବକଙ୍କ ସମ୍ମତିପତ୍ର ନିମନ୍ତେ ଅବଗତ କରାଇଥିଲେ । ଏହି ସ୍ବତନ୍ତ୍ର ବୈଠକରେ  ବରିଷ୍ଠ ଅଧ୍ୟାପକ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ଭୂୟାଁ, ଗୌରାଙ୍ଗ ଚରଣ ମହାରଣା,ଅନିଲ କୁମାର ଧୀର,ବାସୁଦେବ ସାହୁ, ଅଲେଖ ଚନ୍ଦ୍ର ପାତ୍ର,ସୁନିଲ କୁମାର ରାଉତ, କରୁଣାକର ରାଉଳ, ଅଧ୍ୟାପିକା ଧାନି ମୁର୍ମୁ, ମୁଖ୍ୟ କିରାଣୀ କୈଳାସ ଚନ୍ଦ୍ର ବେହେର ପ୍ରମୁଖଙ୍କ ମାଧ୍ୟମରେ ଛାତ୍ରଛାତ୍ରୀମାନେ କିପରି ବିଭିନ୍ନ ସୁବିଧା ସୁଯୋଗ ପାଇପାରିବେ ସେ ସମ୍ବନ୍ଧରେ ଅବଗତ କରାଇଥିଲେ । ଅଭିଭାବକ ମାନଙ୍କୁ ସର୍ବପ୍ରଥମେ ପୁଷ୍ପ ଚନ୍ଦନରେ ବନ୍ଦାପନା କରି ସ୍ବାଗତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *