ବଜ୍ରପତ ନେଲା ୩ ଜୀବନ 

ପାଟକୁରା, ୧୬/୦୪/୨୦୨୪ (ଓଡ଼ିଶା ସମାଚାର)-କେନ୍ଦ୍ରାପଡ଼ା ଜିଲା ପାଟକୁରା ଥାନା ଅନ୍ତର୍ଗତ ଗରଦପୁର ବ୍ଲକ୍ ତଳକୁସୁମା ପଂଚାୟତର ବଙ୍ଗାରୀ ଗ୍ରାମର ଆଶୁତୋଷ ଜେନା(୧୭) , ପୁଣ୍ଡିଲୋ ଗ୍ରାମର ପୂର୍ଣ୍ଣଚନ୍ଦ୍ର ଛାଟୋଇ (୭୦) ଓ ତଳକୁସୁମା ପଂଚାୟତର ବାରୁଣା ଗ୍ରାମର ଶିବ ପ୍ରସାଦ ସାହୁ (୬୫)ଙ୍କର ବଜ୍ରପାତରେ ମୃତ୍ୟୁ ହୋଇଛି । ଆଜି ଅପରାହ୍ନ ୫ ଟା ବେଳେ ହୋଇଥିବା କାଳ ବୈଶାଖି ଝଡ଼ ବର୍ଷା ଓ ବଜ୍ରପାତରେ ଏହି ୩ ଜଣଙ୍କର ଅକାଳ ବିୟୋଗ ଘଟିଛି । ବଙ୍ଗାରୀ ଗ୍ରାମର ଅଭୀର ଜେନା ଙ୍କ ସାନ ପୁଅ ଆଶୁତୋଷ ନିକଟସ୍ଥ ଲୋକନାଥ ମହାବିଦ୍ୟାଳୟର ଯୁକ୍ତ ୨ ଶେଷ ବର୍ଷ ଛାତ୍ର ଥିଲେ ।  ଏବେ ଯୁକ୍ତ ୨ କଳା ରେ ପରୀକ୍ଷା ଦେଇଥିଲେ । ତାଙ୍କ ଘର ସମ୍ମୁଖରେ ପରିସ୍ରା ଯାଇଥିବାବେଳେ ହଠାତ୍ ବଜ୍ରପାତ ହୋଇଥିଲା । ଘର ଦୁଆର ମୁହଁରେ ତାଙ୍କ ମା ମଧ୍ୟ ଉପସ୍ଥିତ ଥିଲେ । ମା ପୁଅକୁ ଘରକୁ ପଳାଇ ଆସିବାକୁ ଡ଼ାକୁଥିବାବେଳେ ବଜ୍ରପାତରେ ଆଶୁତୋଷଙ୍କ ବାମ ପଟ ଜଳି ଯାଇଥିଲା । ସେ ସେହିଠାରେ ଟଳି ପଡ଼ିଥିଲେ । ସେହିପରି ପୁଣ୍ଡିଲୋ ଗ୍ରାମର ପୂର୍ଣ୍ଣଚନ୍ଦ୍ର ଛାଟୋଇ ଛାତ ଉପରେ ଶୁଖୁଥିବା ଲୁଗା ଆଣିବାକୁ ଯାଇଥିଲେ । ଏହି ସମୟରେ ତାଙ୍କ ଉଛପରେ ବଜ୍ରପାତ ହେବାରୁ ସେ ମଧ୍ୟ ଅକାଳ ମୃତ୍ୟୁର ସମ୍ମୁଖୀନ ହୋଇଥିଲେ । ସେହିପରି ତଳକୁସୁମା ପଂଚାୟତର ବାରୁଣା ଗ୍ରାମର ଶିବ ପ୍ରସାଦ ସାହୁ (୬୫)ଙ୍କର ମୁଗ ବିଲରେ ବଜ୍ରପାତ ଯୋଗୁ ବିୟୋଗ ଘଟିଛି । ଶିବ ପ୍ରସାଦ ନିକଟସ୍ଥ ମୁଗ ବିଲକୁ ଉପୁଡ଼ା ଯାଇଥିବା ମୁକୁ ଆଣିବାକୁ ଯାଇଥିଲେ ।ହଠାତ୍ ବଜ୍ରପାତରେ ବିଲରେ ଟଳିପଡ଼ିଥିଲେ । ତାଙ୍କର ପୁଅମାନେ ବାହାରେ ଥିବାରୁ ଗ୍ରାମବାସୀ ମାନେ ତାଙ୍କୁ ପାଟକୁରା ମେଡ଼ିକାଲକୁ ନେଇଥିଲେ । ସେଠାରେ ଡ଼ାକ୍ତର ତାଙ୍କ୍ୁ ମୃତ ଘୋଷଣା କରିଥିଲେ । ଆସନ୍ତା କାଲି ସମସ୍ତଙ୍କର ଶବ ବ୍ୟଛେଦ ହେବ ।

Leave a Reply

Your email address will not be published. Required fields are marked *