କଳପଡା ରଜ ଉତ୍ସବ ବନ୍ଦକୁ ନେଇ ତୀବ୍ର ନିନ୍ଦା କଲେ ପୂର୍ବତନ ବିଧାୟକ ଚନ୍ଦ୍ର ସାରଥି

କଟକ ସଦର, ୧୭/୦୬/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ୪୨ ମୈ।ଜା କଳପଡା କଦମ୍ଵେଶ୍ୱର ଠାରେ ହେବାକୁ ଥିବା ରଜ ମହୋତ୍ସବକୁ ଚଞ୍ଚକତା କରି ପ୍ରସ୍ତୁତିର ଶେଷ ମୁହୂର୍ତ୍ତରେ କଟକ କମିଶନରେଟ ପୋଲିସ ଅନୁମତି ଦେଇ ପୁଣି ଫେରାଇ ନେଇ ବନ୍ଦ କରିଦେଇଥିବାରୁ ନିର୍ବାଚନ ମଣ୍ଡଳୀ ସାରା ତୀବ୍ର ଅସନ୍ତୋଷ ଦେଖାଦେଇଛି।

ଏହି ପରିପ୍ରେକ୍ଷୀରେ ଓଡ଼ିଆ ଅସ୍ମିତା ଓ ସଂସ୍କୃତି ର ଗଣ ପର୍ବକୁ ଯେଉଁମାନେ ବନ୍ଦ କରିଛନ୍ତି ସେମାନଙ୍କୁ କଟକ ସଦରର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଚନ୍ଦ୍ର ସାରଥି ବେହେରା କଡା ଭାଷାରେ ତୀବ୍ର ନିନ୍ଦା କରିଛନ୍ତି। ‘ରାଜନୀତି ବ୍ୟକ୍ତି ସହିତ କରାଯାଏ ସଂସ୍କୃତି ସହିତ ନୁହେଁ, ଲୋକେ ଏହାର ଉଚିତ ଜବାବ ଦେଵେ’ବୋଲି ଚନ୍ଦ୍ର ସାରଥି କହିଛନ୍ତି। ସୂଚନାଯୋଗ୍ୟ ଯେ ଲୋକଙ୍କ ଭାବାବେଗ ସହିତ ଖେଳ ଖେଳିଥିବା ପ୍ରଶାସନ ବିରୋଧରେ ମାମଲା ରୁଜୁ ପାଇଁ ଓକିଲଙ୍କ ପରାମର୍ଶରେ ଅର୍ଜି ଲେଖା ସରିଥିବା ବେଳେ ଆସନ୍ତା କାଲି ଗୁରୁବାର ଦିନ ଏହା କୋର୍ଟରେ ଆବେଦନ କରାଯିବ ବୋଲି ଜଣାପଡିଛି।

Leave a Reply

Your email address will not be published. Required fields are marked *