ପୂର୍ବତନ ବିଧାୟକ ହାଜି ମହମ୍ମଦ ଆୟୁବ୍ ଖାଁଙ୍କର ହୃଦଘାତରେ ପରଲୋକ

ବଲାଙ୍ଗିର,୧୩/୦୫/୨୦୨୬ (ଓଡ଼ିଶା ସମାଚାର)- ବଲାଙ୍ଗୀର ଜିଲା କଂଟାବାଞ୍ଜି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ବରିଷ୍ଠ ବିଜେଡି ନେତା ହାଜି ମହମ୍ମଦ ଆୟୁବ୍ ଖାଁଙ୍କର ବୁଧବାର ସକାଳ ପ୍ରାୟ ୮ ଟା ସମୟରେ ପରଲୋକ ଘଟିଛି । କଂଟାବାଞ୍ଜି ସ୍ଥିତ ବାସଭବନରେ ହୃଦଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମୃତ୍ୟୁ ବେଳକୁ ତାଙ୍କୁ ପ୍ରାୟ ୭୮ ବର୍ଷ ବୟସ ହୋଇଥିଲା ।

ତାଙ୍କର ବିୟୋଗ ଖବର ପ୍ରସାରିତ ହେବା ପରେ ସମଗ୍ର ଅଂଚଳରେ ଶୋକର ଛାୟା ଖେଳିଯାଇଛି । ହାଜି ମହମ୍ମଦ ଆୟୁବ୍ ଖାଁ କଂଟାବାଞ୍ଜି ରାଜନୀତିରେ ଜଣେ ଅପରାଜେୟ ବ୍ୟକ୍ତିତ୍ୱ ଭାବେ ପରିଚିତ ଥିଲେ । ବିଜୁ ଜନତା ଦଳର ଜଣେ ଶକ୍ତିଶାଳୀ ସଂଗଠକ ଭାବେ ସେ ବଲାଙ୍ଗୀର ଜିଲା ରାଜନୀତିକୁ ପ୍ରଭାବିତ କରିଥିଲେ ।୨୦୦୪ ମସିହାରେ ସ୍ୱାଧୀନ ପ୍ରାର୍ଥୀ ଭାବେ ପ୍ରଥମ କରି କଂଟାବାଞ୍ଜି ନିର୍ବାଚନ ମଣ୍ଡଳୀରୁ ବିଧାୟକ ହୋଇ “ତ୍ରୟୋଦଶ ଓଡ଼ିଶା ବିଧାନ ସଭା”କୁ ନିର୍ବାଚିତ ହୋଇଥିଲେ । ସେହିପରି ୨୦୧୪ ମସିହାରେ ଦ୍ୱିତୀୟ ଥର କଂଟାବାଞ୍ଜିରୁ ବିଜେଡ଼ି ବିଧାୟକ ଭାବେ “ପଂଚଦଶ ବିଧାନସଭା”କୁ ନିର୍ବାଚିତ ହୋଇଥିଲେ ।

Leave a Reply

Your email address will not be published. Required fields are marked *