ଗ୍ରାମବାସୀ ଙ୍କ ରାସ୍ତାରୋକ

ନିଶ୍ଚିନ୍ତକୋଇଲି, ୧୫/୦୨/୨୦୨୫(ଓଡିଶା ସମାଚାର /ଅଭୟ ଜେନା )-ଶୁକ୍ରବାର କଟକ ଜିଲ୍ଲା ବନ୍ଧକାଟିଆ ପଂଚାୟତ ର ଯୁବକ ନିମାଇଁ ଚରଣ ସ୍ବାଇଁ ନିଜ ବାଇକ୍ ରେ ଯାଉଥିବା ବେଳେ ବାଲିଆପଦା ଠାରେ ଏକ ହାଇଓ୍ୟା ଟ୍ରକ୍ ଧକ୍କାରେ  ମୃତ୍ୟୁ ଘଟିଥିଲା। ଯାହାକୁ ନେଇ ତାତି ଥିଲେ ସ୍ଥାନୀୟ ଲୋକେ ଓ ଜନ ପ୍ରତିନିଧି। ଶବ କୁ ଧରି ତିଳକଣା ଠାରେ ଦୀର୍ଘ ସମୟ ରାସ୍ତା ଅବରୋଧ କରିଥିଲେ। ଏଠାରେ ନିର୍ମାଣ ହେଉଥିବା ତରତ ଶାସନ ଠାରୁ ତିଳକଣା ର ନୂତନ ରାସ୍ତା କୁ ଠିକାଦାର ନିଜ ମନ ଇଚ୍ଛା ରେ ମାଟି ପକାଇ କାମ କରୁଛି । ହେଲେ ସେଠାରେ କୈାଣସି ସୂଚନା ଫଳକ ନଥିବା ହେତୁ ପଥଚାରୀ ଜାଣି ପାରୁନାହାଁନ୍ତି । ଫଳରେ ପ୍ରତ୍ୟେକ ଦିନ ଏଭଳି ଛୋଟ ମୋଟ ଦୁର୍ଘଟଣା ଘଟୁଛି । ହେଲେ ଠିକାଦାର ଙ୍କର ଏହି ଭୁଲ୍ ପାଇଁ ଆଜି ଜଣେ ଯୁବକଙ୍କ ଜୀବନ ଚାଲିଗଲା। ରାସ୍ତାରୋକ ଖବର ପାଇ ସ୍ଥାନୀୟ ପୋଲିସ ଓ ନିଶ୍ଚିନ୍ତକୋଇଲି ତହସିଲଦାର ଘଟଣା ସ୍ଥଳରେ ପହଁଚି ଉତ୍ୟକ୍ତ ଲୋକମାନଙ୍କୁ ବୁଝାସୁଝା କରିଥିଲେ ।  ମୃତକ ଙ୍କ ପରିବାର ଙ୍କୁ ୨ ଲକ୍ଷ ଟଙ୍କା ସହାୟତା ଏବଂ ଶୁଦ୍ଧିକ୍ରିୟା ର ସମସ୍ତ ଖର୍ଚ୍ଚ ଠିକାଦାର ବହନ କରିବା ପାଇଁ ଲୋକଙ୍କ ଦାବି ଥିଲା । ସ୍ଥାନୀୟ ତହସିଲଦାର ସଂପୃକ୍ତ ଠିକାଦାର ସହ କଥା ହୋଇ ସମସ୍ୟାର ସମାଧାନ କରିବେ ବୋଲି ପ୍ରତିଶୃତି ଦେବାପରେ ରାସ୍ତାରୋକ ହଟିଥିଲା ।

Leave a Reply

Your email address will not be published. Required fields are marked *