କେନ୍ଦ୍ରାପଡ଼ା, ୧୩/୦୫/୨୦୨୬ (ଓଡ଼ିଶା ସମାଚାର)- କଜଳା ଶ୍ରୀସାଇ ପରିବାର ଗୋଲଡେନ ଭିଲ୍ଲାସ୍ଥିତ ଶିରିଡ଼ି ସାଇବାବା ମନ୍ଦିରର ତୁଷାରକାନ୍ତଙ୍କ ଦ୍ୱାରା ଲିଖିତ ଭକ୍ତିଭରା ପ୍ରତୀକ୍ଷିତ ପୁସ୍ତକ “ଶ୍ରୀ ସାଇ ସତ୍ ଚରିତ ସଚିତ୍ର’ ପୁସ୍ତକ ଉନ୍ମୋଚିତ ହୋଇଯାଇଛି । ଶିରିଡିର ଶ୍ରୀ ସାଇବାବା ସଂସ୍ଥାନ ଟ୍ରଷ୍ଟର ସିଇଓ ଗୋରକ୍ଷ ଗାଡିଲକର ଏବଂ ଡେପୁଟି ସିଇଓ ଭିମରାଜ ଦରାଡେଙ୍କ ଦ୍ୱାରା ଏହି ପୁସ୍ତକ ଉନ୍ମୋଚିତ ହୋଇଛି ।
ଏହି ସୁନ୍ଦର ପୁସ୍ତକର ବିଶେଷତ୍ୱ ହେଉଛି ଶ୍ରୀ ସାଇବାବାଙ୍କ ସମସ୍ତ ଦିବ୍ୟ ଲୀଳା ଗୁଡ଼ିକ ସଚିତ୍ର ରୂପରେ ଏହି ଭବ୍ୟ ପୁସ୍ତକରେ ପ୍ରଦର୍ଶିତ ହୋଇଅଛି । ଏହି ଫଟୋଗୁଡ଼ିକୁ ଦେଖିବା ପରେ ଶ୍ରୀ ସାଇବାବାଙ୍କ ଜଣେ ପ୍ରକୃତ ଭକ୍ତ ବାବାଙ୍କ ସୁବର୍ଣ୍ଣ ଯୁଗକୁ ଭକ୍ତିପୂର୍ଣ୍ଣ ଭାବରେ ଅନୁଭବ ତଥା ଉପଲବ୍ଧି କରିପାରିବ । ଏହି ପବିତ୍ର ପୁସ୍ତକଟି ଶ୍ରୀ ସାଇ ବାବାଙ୍କ ଜୀବନୀର ଇଂରାଜୀ ରୂପରେଖ ଯାହାକି କୃତ୍ରିମ ବୁଦ୍ଧିମତା ଦ୍ୱାରା ବିକଶିତ କରାଯାଇଛି ।
ଏହା ହେଉଛି ସାରା ଭାରତ ବର୍ଷରେ ତଥା ଭାରତ ବାହାରେ ପ୍ରଥମ ପୁସ୍ତକ ଯେଉଁଥିରେ ବାବାଙ୍କ ସମସ୍ତ ଲୀଳା ଏବଂ କର୍ମ ଗୁଡ଼ିକୁ ସରଳ ଓ ସୁନ୍ଦର ଭାବରେ କୃତ୍ରିମ ବୁଦ୍ଧିମତା ଦ୍ୱାରା ବିକଶିତ କରାଯାଇଅଛି ।
