କେନ୍ଦ୍ରାପଡ଼ା, ୦୬/୦୫/୨୦୨୬ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅଧିନ ଇନ୍ଦୁପୁର ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ତଥା ଧୂମାତ ଗ୍ରାମପଂଚାୟତର ଦିବ୍ୟାଦତା ନାୟକ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ୫୫୩ମାର୍କ ରଖି ଏ-୧ ଗ୍ରେଡରେ ପାସ କରିଛନ୍ତି । ତେଣୁ ଜିଲା ପରିଷଦ ସଭାପତି ସୁଶ୍ରୀ ଲିଲିତା ଦାସ ତାଙ୍କ ବାସଭବନରେ ପହଂଚି ଦିବ୍ୟାଦତାଙ୍କୁ ଉତରୀୟ ଓ ପୁଷ୍ପଗୁଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିବା ସହ ତାଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି । ଏଥିସହିତ ଦିବ୍ୟାଦତାଙ୍କ ପିତା ସନ୍ତୋଷ ନାୟକ ଓ ମାତା ସ୍ୱର୍ଣ୍ଣଲତା ନାୟକଙ୍କୁ ମଧ୍ୟ ପୁଷ୍ପଗୁଛ ପ୍ରଦାନ କରି ଅଭିନନ୍ଦନ ଜ୍ଞାପନ କରିଛନ୍ତି ।
କୃତୀ ମାଟ୍ରିକ ପରୀକ୍ଷାର୍ଥୀ ଦିବ୍ୟାଦତାଙ୍କୁ ଜିଲା ପରିଷଦ ସଭାପତିଙ୍କ ସମ୍ବର୍ଦ୍ଧନା
