ସରକାରୀ ଜମି ଜବର ଦଖଲ ହଟାଇବା ପାଇଁ ଛୋରିଆଗଡ ଗ୍ରାମ ବାସୀଙ୍କ କଳାହାଣ୍ଡି ଜିଲ୍ଲାପାଲଙ୍କୁ ଲିଖିତ ଅଭିଯୋଗ 

କଳାହାଣ୍ଡି ,୦୮/୦୪/୨୦୨୪ (ଓଡ଼ିଶା ସମାଚାର /ରାକେଶ ବେମାଲ)-କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଛାରିଆଗଡ ଗ୍ରାମରେ ଜୈନିକ ବ୍ୟକ୍ତି ଗ୍ରାମର ପୁରୁଣା ବଜାର ପଡ଼ିଆର ଅଧିକାଂଶ କ୍ଷେତ୍ରକୁ ଅକ୍ତିଆର କରିନେବା, ସ୍କୁଲ ଠାରୁ ପଲସା ପଡ଼ା ମାଛକୁଣ୍ଡ ଦେଇ ଯାଉଥିବା ରାସ୍ତା, ଶିବ ମନ୍ଦିର ଅଧିକାଂଶ କ୍ଷେତ୍ର,ରାମସାଗର କ୍ଷୁଦ୍ର ଜଳସେଚନ ଯୋଜନାର ୨ ନଂ ପୋଲ ତଳ କେନାଲ ଜମି, ଜଳସେଚନ ଯୋଜନାରେ ଥିବା ପ୍ରାୟ ୪-୫ ଏକର । ଅଭିଯୋଗରେ ଆଜି କଳାହାଣ୍ଡି ଜିଲ୍ଲାପାଲଙ୍କ କାର୍ଯ୍ୟଳୟକୁ ଆସି ଲିଖିତ ଅଭିଯୋଗ କରିଛନ୍ତି। ପ୍ରଶାସନ ଏ ଦିଗରେ ବିହୀତ ପଦକ୍ଷେପ ନେଇ ସରକାରୀ ଜମି ଜବରଦଖଲକୁ ଉଚ୍ଛେଦ କରିବା ଦିଗରେ ଯତ୍ନବାନ ହେବେ ବୋଲି ଗ୍ରାମବାସୀ ଦାବି କରୁଛନ୍ତି ।

Leave a Reply

Your email address will not be published. Required fields are marked *