କେନ୍ଦ୍ରାପଡ଼ା, ୦୬/୦୫/୨୦୨୬ (ଓଡ଼ିଶା ସମାଚାର)-କେନ୍ଦ୍ରାପଡ଼ା ଜିଲାପାଳ ରଘୁରାମ ଆର. ଆୟରଙ୍କ ନିର୍ଦେଶକ୍ରମେ ଅବକାରୀ ଅଧୀକ୍ଷକ ବିପ୍ର ଚରଣ ମଣ୍ଡଳଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କେନ୍ଦ୍ରାପଡ଼ା ଜିଲାର ରାଜକନିକା, ଆଳି ଓ ମାର୍ଶାଘାଇ ଥାନା ଅଧିନସ୍ଥ ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ସମୁଦାୟ ୨୭୨ ଲିଟର ଚୋରା ବିଦେଶୀ, ଦେଶୀ ଓ ଦେଶୀ ରନ୍ଧା ମଦ ଜବତ କରାଯାଇ ୯ ଜଣ ଚୋରାମଦ ବେପାରୀଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ନେମ୍ବରା ଗ୍ରାମର ବିଶ୍ୱଜିତ ସ୍ୱାଇଁ(୪୫)ଙ୍କ ଠାରୁ ୪୦ ଲିଟର ଚୋରା ଦେଶୀ ମଦ, ନଛିପଡା ଗ୍ରାମର ନରହରି ସ୍ୱାଇଁ(୫୮)ଙ୍କ ଠାରୁ ୫୨ ଲିଟର ଚୋରା ବିଦେଶୀ ମଦ, ବଲିପଡା ଗ୍ରାମର ସାଗର ବେହେର(୩୬)ଙ୍କ ଠାରୁ ୩୫ ଲିଟର ଚୋରା ବିଦେଶୀ ମଦ, ଅଙ୍ଗୁଳେଇ ଗ୍ରାମର ସଞ୍ଜୟ କୁମାର ବସନ୍ତିିଆ(୪୪)ଙ୍କ ଠାରୁ ୧୦ ଲିଟର ଚୋରା ଦେଶୀ ରନ୍ଧା ମଦ ଏବଂ ଶରତ ବାରିକ(୫୦)ଙ୍କ ଠାରୁ ୩୩ ଲିଟର ଚୋରା ବିଦେଶୀ ମଦ, ବାଲିକଣା ଗ୍ରାମର ଧୀରେନ ମଳିକ(୬୪)ଙ୍କ ଠାରୁ ୩୮ ଲିଟର ଚୋରା ବିଦେଶୀ ମଦ, ନିଲଦିଆପାଳନ୍ଧ ଗ୍ରାମର ଲୁଷି ବେହେରା(୩୧)ଙ୍କ ଠାରୁ ୨୯ ଲିଟର ଚୋରା ବିଦେଶୀ ମଦ, ଆୟତନ ଗ୍ରାମର ଜୟନ୍ତୀ ବିଶ୍ୱାଳ(୪୦)ଙ୍କ ଠାରୁ ୧୨ ଲିଟର ଚୋରା ଦେଶୀ ମଦ ଓ ପାତ୍ରପୁର ଗ୍ରାମର ଶରତ କୁମାର ପରିଡା(୪୩)ଙ୍କ ଠାରୁ ୨୩ ଲିଟର ଦେଶୀ ଚୋରା ମଦ ଜବତ କରାଯାଇ ସେମାନଙ୍କୁ ଗିରଫ କରାଯାଇଛି ।
ସେମାନଙ୍କ ପାଖରୁ ସମୁଦାୟ ୨୭୨ ଲିଟର ଚୋରା ବିଦେଶୀ, ଦେଶୀ ଓ ଦେଶୀ ରନ୍ଧା ମଦ ଜବତ କରାଯାଇ ୯ ଜଣ ଚୋରାମଦ ବେପାରୀଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏହି ଚଢ଼ାଉରେ ଅବକାରୀ ଉପ ନିରୀକ୍ଷକ କଳ୍ପନା ରାଉତ, ପ୍ରିୟଦର୍ଶି ମାନସରଞ୍ଜନ ମିଶ୍ରଙ୍କ ସମେତ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ ।
