ସମ୍ବିଧାନ ସୁରକ୍ଷା ମଞ୍ଚ ଓଡ଼ିଶା ତରଫରୁ ସହାୟତା ପ୍ରଦାନ

ବାଲିଅନ୍ତା,୦୬/୦୪/୨୦୨୫ (ଓଡ଼ିଶା ସମାଚାର)- ସମ୍ବିଧାନ ସୁରକ୍ଷା ମଞ୍ଚ ଓଡ଼ିଶା ରାଜ୍ୟ ସଭାପତି ପୀତବାସ ନାୟକ ଏବଂ ତାଙ୍କ ସହଯୋଗୀମାନେ ବାଲିଅନ୍ତା ବ୍ଲକର ଵେଣୁପୁର ଗ୍ରାମ ପଞ୍ଚାୟତ ରେ ଥିବା ଶ୍ରୀମନ୍ଦିର ସେବାଶ୍ରମ ରେ ପହଞ୍ଚି ସେଠାରେ ରହୁଥିବା ଅସହାୟ ,ନିରାଶ୍ରୟ ଏବଂ ଦଳିତ ବୃଦ୍ଧବୃଦ୍ଧା ମାନଙ୍କ ପାଇଁ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରିବା ସହିତ ସେବାଶ୍ରମ କୁ ସଂଗଠନ ତରଫରୁ କିଛି ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା।

ଏହି କାର୍ୟ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟ ରେ ସଂଗଠନ ର ରାଜ୍ୟ ମହାସଚିବ ପ୍ରକାଶ ବିଶ୍ବାଳ, ରାଜ୍ୟ ଫାଇନାନ୍ସ ଆଡଭାଇଜର ପଦ୍ମଚରଣ ପ୍ରଧାନ, ଉଷାରାଣୀ ପ୍ରଧାନ,ଉପ-ସଭାପତି ଦେବାଶିଷ ବେହେରା, ସାଧାରଣ ସମ୍ପାଦକ ଧୃବ ଚରଣ ଭୋଇ, ମନୋଜ ଭଞ୍ଜ ଓ ଅଜୟ ଜେନା ପ୍ରମୁଖ ସହଯୋଗ କରିଥିଲେ। ଶ୍ରୀ ନାୟକ ବୃଦ୍ଧ।ଶ୍ରମରେ ରହୁଥିବା ଅସହାୟ ଏବଂ ରୋଗଗ୍ରସ୍ତ ବ୍ୟକ୍ତି ଙ୍କୁ ମାଗଣା ଔଷଧ ଏବଂ ବସ୍ତ୍ର ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଟ୍ରଷ୍ଟ ପକ୍ଷରୁ ଆଗାମୀ ଦିନରେ ଅସହାୟ ଏବଂ ନିରାଶ୍ରୟଙ୍କ ପାଇଁ ବିଭିନ୍ନ କାର୍ୟକ୍ରମ କରାଯିବ ବୋଲି ସଭାପତି ଘୋଷଣା କରିଛନ୍ତି।

Leave a Reply

Your email address will not be published. Required fields are marked *