ଶ୍ୱାସରୁଦ୍ଧ ହୋଇ ୩ ଶ୍ରମିକଙ୍କ ମୃତୁ୍ୟ!

ଢେଙ୍କାନାଳ,୦୬/୦୫/୨୦୨୬ (ଓଡ଼ିଶା ସମାଚାର)- ଅନୁଗୋଳ ମେଟାଲିକ ସ୍ପଞ୍ଜ ଆଇରନ କାରଖାନାରେ ଅଘଟଣ ଘଟିଛି । ମେସିନ୍ ସଫା କରୁଥିବା ବେଳେ ଗ୍ୟାସ୍ ଲିକ୍ ହେବାରୁ ଶ୍ୱାସରୁଦ୍ଧ ହୋଇ ୩ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା କୁହାଯାଇଛି । ଏଥିସହ ୩ ଶ୍ରମିକ ସୁରକ୍ଷିତ ଅଛନ୍ତି । ହିନ୍ଦୋଳ ଉପଖଣ୍ଡ ଚିକିତ୍ସାଳୟ ଡାକ୍ତର ୩ ଶ୍ରମିକଙ୍କୁ ମୃତ ଘୋଷଣା କରିଛନ୍ତି । ମୃତକ ହେଲେ ସୁନ୍ଦରଗଡ଼ ସଦର ଥାନା ଟାଙ୍ଗରପାଲ୍ଲୀ ବ୍ଲକ ଅନ୍ତର୍ଗତ ତିନିକୁଡ଼ା ଗ୍ରାମର ଶ୍ରୀଧର ବେଗୁନ(୩୭) , ମଂଟୁ କମାର(୩୭) ଓ ରାଜଗାଙ୍ଗପୁର ସୁନାଖଣି ଗ୍ରାମର ମଙ୍ଗଳ ମାଝୀ (୪୦) ।

Leave a Reply

Your email address will not be published. Required fields are marked *