ବାଜି ରାଉତ ସ୍ମୃତି ମହାବିଦ୍ୟାଳୟର ୪୯ ତମ ପ୍ରତିଷ୍ଠା ଦିବସ ପାଳିତ 

ଭୁବନ ୦୯/୦୭/୨୦୨୫ (ଓଡ଼ିଶା ସମାଚାର)-ଭୁବନ ବାଜି ରାଉତ ସ୍ମୃତି ମହାବିଦ୍ୟାଳୟର ୪୯ ତମ ପ୍ରତିଷ୍ଠା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି । ଅଧ୍ୟକ୍ଷ କେଶବ ଚନ୍ଦ୍ର ରାଉତରାୟ ଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କାମାକ୍ଷା ନଗର ବିଧାୟକ ଶତ୍ରୁଘ୍ନ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ଏହି ମହାବିଦ୍ୟାଳୟଟି ୪୯ ବର୍ଷ ପୂର୍ବେ  ଆଜିର ଦିନରେ ସହିଦ୍ ବାଜି ରାଉତ ଙ୍କ ନାମରେ ପ୍ରତିଷ୍ଠା ହୋଇ ଶିକ୍ଷା,ସଂସ୍କୃତି ର ଉଜ୍ଜ୍ବଳ ପ୍ରତୀକ ଭାବେ ଦିନକୁ ଦିନ ଅଗ୍ରଗତି କରିଚାଲିଛି ।

ଛାତ୍ର ଛାତ୍ରୀ ମାନେ କଠିନ ପରିଶ୍ରମ କରି ନିଜର ଲକ୍ଷ୍ୟ ପ୍ରାପ୍ତି ହେବା ସହ କଲେଜ ପାଇଁ ଗୌରବ ଅର୍ଜନ କରନ୍ତୁ ବୋଲି ବିଧାୟକ ଶ୍ରୀଯୁକ୍ତ ଜେନା ପରାମର୍ଶ ଦେଇଥିଲେ । ମୁଖ୍ୟ ବକ୍ତା ଭାବେ ବିଡ଼ିଓ ଶ୍ରୀମତୀ ଆୟୁଷୀ ମହାପାତ୍ର ଓ ସମ୍ମାନୀତ ଅତିଥି ଭାବେ ଅଧ୍ୟାପକ ପ୍ରଫୁଲ୍ଲ କୁମାର ଭୂୟାଁ ଯୋଗଦେଇଥିଲେ । ମୋ କଲେଜ, ମୋ ଗୌରବ ସଂଯୋଜକ ଅଧ୍ୟାପକ ପ୍ରଭାତ କୁମାର ଜେନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଗ୍ରନ୍ଥାଗାରିକ ନନ୍ଦ କିଶୋର ଧୀର ବିବରଣୀ ପାଠ ଜରିଆରେ ମହାବିଦ୍ୟାଳୟ ର ସଫଳତା ଓ ଅଭାବ ଅସୁବିଧା ସଂପର୍କରେ ଅତିଥି ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ବେଷ୍ଟ ଗ୍ରାଜୁଏଟ ଭାବେ ସିମରନ ବେହେରା ( ବାଣିଜ୍ୟ ବିଭାଗ),ତେଜସ୍ଵୀନି ବେହେରା ( ଜୁଲୋଜି) ଏବଂ ମନୋଜ ଦଳେଇ ( ଇତିହାସ) ଙ୍କୁ ପୁଷ୍ପଗୁଛ,ମାନପତ୍ର ଦେଇ ପୁରସ୍କୃତ କରାଯାଇଥିଲା।

ଅଧ୍ୟାପକ ସୁବାସ ଚନ୍ଦ୍ର ପତି ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ୟୁଥ୍ ରେଡ଼କ୍ରସ ତରଫରୁ ବୃକ୍ଷ ରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ କିରାଣୀ କୈଳାସ ଚନ୍ଦ୍ର ବେହେରା ଙ୍କ ସମେତ ସମସ୍ତ ଅଧ୍ୟାପକ,ଅଧ୍ୟାପିକା ଓ କର୍ମଚାରୀ ମାନେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।

Leave a Reply

Your email address will not be published. Required fields are marked *