ଭୁବନେଶ୍ୱର,୦୫/୦୫/୨୦୨୬ (ଓଡ଼ିଶା ସମାଚାର /ଦୀପ୍ତିରଂଜନ କାନୁନଗୋ)- ଆଜି ମଙ୍ଗଳବାର ବିଜୁ ଜନତା ଦଳ ପକ୍ଷରୁ ନୂଆ ରାଜ୍ୟ କାର୍ୟ୍ୟକର୍ତ୍ତାଙ୍କ ନାମ ମଙ୍ଗଳବାର ଘୋଷଣା କରାଯାଇଛି । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଏମାନଙ୍କୁ ଏହି ନୂତନ ଦାୟିତ୍ୱ ଦେଇଛନ୍ତି। ଉପସଭାପତି ଭାବେ ବାଲେଶ୍ୱରରୁ ରଘୁନାଥ ମହାନ୍ତି। ଜଗତସିଂହପୁରରୁ ରଘୁନନ୍ଦନ ଦାସ ବରିଷ୍ଠ ସାଧାରଣ ସମ୍ପାଦକ, ବାଲେଶ୍ୱରରୁ ଜୀବନ ପ୍ରଦୀପ ଦାସ ବରିଷ୍ଠ ସାଧାରଣ ସମ୍ପାଦକ, ବାରିପଦାରୁ ସାନନ୍ଦ ମାରାଣ୍ଡି ବରିଷ୍ଠ ସାଧାରଣ ସମ୍ପାଦକ, କଟକରୁ ଚନ୍ଦ୍ର ସାରଥୀ ବେହେରା ବରିଷ୍ଠ ସାଧାରଣ ସମ୍ପାଦକ, ସତ୍ୟବାଦୀରୁ ରାମ ରଞ୍ଜନ ବଳିଆରସିଂହ ବରିଷ୍ଠ ସାଧାରଣ ସମ୍ପାଦକ ଭାବେ ନୂତନ ଦାୟିତ୍ୱ ମିଳିଛି ।
ସେହିପରି ଖୋର୍ଦ୍ଧାରୁ ରାଜେନ୍ଦ୍ର କୁମାର ସାହୁ, ବାଲେଶ୍ୱର ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କୁ ଜିଲା ସଭାପତି ଦାୟିତ୍ୱ ମିଳିଛି । ସେହିପରି କାର୍ୟ୍ୟକାରୀ ସଭାପତି ଭାବେ ଖୋର୍ଦ୍ଧରୁ ମନ୍ମଥ ରାଉତରାଏ, ବାଲେଶ୍ୱରରୁ ଗୌତ୍ତମ ବୁଦ୍ଧ ଦାସ। ଅନୁଗୁଳରୁ କାର୍ୟ୍ୟକାରୀ ସଭାପତି ଭାବେ ନଳୀନି କାନ୍ତ ପ୍ରଧାନ, ବୌଦ୍ଧରୁ ମହିଧର ରାଣା, ଢେଙ୍କାନାଳରୁ ନରୋତ୍ତମ ସାହୁ, କେନ୍ଦୁଝରରୁ ପ୍ରମୋଦ ପଟ୍ଟନାୟକ।
ରେଙ୍ଗାଳିରୁ ସୁଦର୍ଶନ ହରିପାଲ ସାଧାରଣ ସମ୍ପାଦକ, ବେଗୁନିଆରୁ ପ୍ରଦୀପ କୁମାର ସାହୁ ସାଧାରଣ ସମ୍ପାଦକ, ଯାଜପୁରରୁ ସୁଜାତା ସାହୁ, ନର୍ଲାରୁ ମନୋରମା ମହାନ୍ତି, ସୋରରୁ ମାଧବ ଧଡା, ଗଜପତିରୁ ରୁପେଶ କୁମାର ପାଣିଗ୍ରାହୀ, ପୁରୀରୁ ସୁନିଲ ମହାନ୍ତି, ବରିରୁ ବିଶ୍ୱ ରଞ୍ଜନ ମଲ୍ଲିକ, ଆନନ୍ଦପୁରରୁ ଅଭିମନ୍ୟୁ ସେଠୀ, ବିରମିତ୍ରପୁରରୁ ରୋହିତ ଜୋଶେପ୍ ତିର୍କି, ପିପିଲିରୁ ରୁଦ୍ର ପ୍ରତାପ ମହାରଥୀ, କେନ୍ଦୁଝରରୁ ଧର୍ନୁଜୟ ସିଦୁ, କେନ୍ଦ୍ରାପଡାରୁ ପ୍ରମୋଦ ସାମଲ, ମୟୁରଭଞ୍ଜରୁ କାଶୀନାଥ ହେମ୍ବ୍ରମ, ବାସୁଦେବପୁରରୁ ବିଷ୍ଣୁବ୍ରତ ରାଉତରାୟ, ଢେଙ୍କାନାଳରୁ ଅଭିନାସ ସାମଲ, କୋରାପୁଟରୁ ଈଶ୍ୱର ପାଣିଗ୍ରାହୀ, କଳାହାଣ୍ଡିରୁ ଗୋବର୍ଦ୍ଧନ ଦାସ, କଟକରୁ ଏମଡି ସାକିଲ୍, ଭୁବନେଶ୍ୱରରୁ ସୁବାଷ ଚନ୍ଦ୍ର ପାତ୍ର, ଜଗଦୀଶ ପାତ୍ର ରାୟଗଡ଼ାରୁ, ଜଗତସିଂହପୁରରୁ ସୁରେନ୍ଦ୍ର ମହାପାତ୍ର, ଗଜପତିରୁ ଜଗବନ୍ଧୁ ଦାସ, କଟକରୁ ଶିଶିର ପରିଜା, କଟକରୁ ପ୍ରଶାନ୍ତ ନାୟକ, ଭୁବନେଶ୍ୱରରୁ ଅମିୟ ଦାସ, ଦିଗପହଣ୍ଡିରୁ ବିପ୍ଳବ ପାତ୍ର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ ହୋଇଛନ୍ତି।
ସେହିପରି ସମ୍ପାଦକ ଭାବେ ମୟୁରଭଞ୍ଜରୁ ଦେବାଶିଷ ମହାନ୍ତି, ମୟୁରଭଞ୍ଜରୁ ସୁନିଲ କୁମାର ଦାସ, ଟିଟିଲାଗଡ଼ରୁ ରାଜେଶ ପ୍ରଧାନ, ମୟୁରଭଞ୍ଜରୁ ସୁବ୍ରମଣ୍ୟମ ମହାନ୍ତି, ମାଲକାନଗିରିରୁ ଦୁର୍ଗା ତ୍ରିପାଠୀ, ସୋନପୁରରୁ ଅଭିମନ୍ୟୁ କୁସାଲ, ପଟ୍ଟାମୁଣ୍ଡାଇରୁ ମିଟୁ ଦାସ, ଫୁଲବାଣୀରୁ କୈଳାଶ ମୁଖି, କଟକରୁ ସୌମିତ୍ ମିତ୍ର, କଳାହାଣ୍ଡିରୁ ଆଦିତ୍ୟ ନନ୍ଦ, ଭୁବନେଶ୍ୱରରୁ ତନ୍ମୟ ସ୍ୱାଇଁ, ଯାଜପୁରରୁ ପ୍ରତାପ ମହାନ୍ତି, ସୁନ୍ଦରଗଡ଼ରୁ ବୈକୁଣ୍ଠ ନାୟକ, ଗଞ୍ଜାମରୁ ମୁକୁନ୍ଦ ଗୌଡ, କେନ୍ଦ୍ରାପଡାରୁ କାଳୀପ୍ରସାଦ ମିଶ୍ର, ବାରିପଦାରୁ ଜିତେନ୍ଦ୍ର ମହାନ୍ତି, ଭୁବନେଶ୍ୱରରୁ ଦୁର୍ଗା ସାମନ୍ତରାୟ, ବ୍ରହ୍ମପୁରରୁ ଆର ମୁରଲି ରାଓ, ଭୁବନେଶ୍ୱରରୁ ସନ୍ତୋଷ ବେଜ୍, ଧର୍ମଗଡ଼ରୁ ଅଶୋକ ପଟଜୋସି, ସୋରଡା ଭଗବାନ ପଣ୍ଡା, ଜୟଦେବରୁ ସୋଲାର ମିଶ୍ର, ବଲାଙ୍ଗୀରରୁ ଲକ୍ଷ୍ମଣ ମେହେର, ବଲାଙ୍ଗୀରରୁ ପ୍ରଭାବ ପାଣିଗ୍ରାହୀ, ଅନୁଗୁଳରୁ ବିପ୍ଳବ ଜେନା, ବିଞ୍ଝାରପୁରରୁ ମୁରଲିଧର ବେହେରା, ବିଞ୍ଝାରପୁର ପ୍ରଦୀପ ମହାନ୍ତି, ରାୟଗଡ଼ାରୁ ପୃଥୀରାଜ ସାହୁ, ବୌଦ୍ଧରୁ ଅଶୋକ ସାହୁ, ମୟୁରଭଞ୍ଜରୁ ସତ୍ୟବ୍ରତ ଦାସ, ବିରମହାରାଜପୁରରୁ ନାରାୟଣ ଲୋହା, ବରଗଡ଼ରୁ ଲାଲ ବିକ୍ରମ ସିଂହ ଦେଓ, କଟକରୁ ଜ୍ଞାନ ଗିରି ଗୋସ୍ୱାମୀ, ଆନନ୍ଦପୁରରୁ ରତିକାନ୍ତ ରାଉତ, ଚୌଦ୍ୱାର-କଟକରୁ ପ୍ରଦୀପ୍ତ ଖୁଣ୍ଟିଆ, ଚୌଦ୍ୱାର-କଟକରୁ ଚିରଞ୍ଜୟ ସାହୁ, ଡେରାବିଶ ରୁ ଦେବାଶିଷ ଆଚାର୍ୟ୍ୟ, ପାରାଦୀପରୁ ସନ୍ତୋଷ ପଟ୍ଟନାୟକ, ସାକ୍ଷୀଗୋପାଳରୁ ପ୍ରେମାନନ୍ଦ ବେହେରା, ସାରସକଣାରୁ ଦୀପକ ମଧୁଆଲ, ଭୁବନେଶ୍ୱରରୁ ସତ୍ୟଜିତ୍ ମିଶ୍ର, ଖୋର୍ଦ୍ଧାରୁ ଶିବ ଶଙ୍କର ସାମନ୍ତରାୟ, ଭୁବନେଶ୍ୱରରୁ ସଞ୍ଜୟ ସେଠୀ, ଏରସମାରୁ ଦୀପ୍ତି ରଞ୍ଜନ କୁଅଁର, ବାଲିକୁଦାରୁ କମଳାକାନ୍ତ ମହାପାତ୍ର ସମ୍ପାଦକ ଭାବେ ନିଯୁକ୍ତ ହୋଇଛନ୍ତି।
ସେହିପରି ଯୁଗ୍ମ ସମ୍ପାଦକ ସୁନ୍ଦରଗଡ଼ରୁ ଜୟ ନାରାୟଣ ତ୍ରିପାଠୀ, ଭୁବନେଶ୍ୱରରୁ କିଶୋର ନାୟକ, ଭୁବନେଶ୍ୱରରୁ ଦିଲ୍ଲୀପ ସେନାପତି, ଭୁବନେଶ୍ୱରରୁ ଜିତେନ୍ଦ୍ର କୁମାର, ଭଦ୍ରକରୁ ମୁକୁନ୍ଦ ଦେବ ସାମଲ, ଭୁବନେଶ୍ୱରରୁ ପ୍ରତାପ ରାଉତ, ଭୁବନେଶ୍ୱରରୁ ସତ୍ୟଜିତ୍ ଦାଶ, ଭୁବନେଶ୍ୱରରୁ ମନୋରଞ୍ଜନ ମହାନ୍ତି, ଭୁବନେଶ୍ୱରରୁ ରବି ଛୋଟରାୟ, ଭୁବନେଶ୍ୱରରୁ ଏନ ଏମ ରାଓ, ରଘୁନାଥପଲ୍ଲିରୁ ସରୋଜ ପ୍ରଧାନ ଯୁଗ୍ମ ସମ୍ପାଦକ ଭାବେ ନିଯୁକ୍ତ ହୋଇଛନ୍ତି।





