ଓଭରଟେକ କରୁଥିବା ବେଳେ ବସ ଓ ଟ୍ରକ ଦୁର୍ଘଟଣା – ଜଣେ ମୃତ, ୪ ଗୁରୁତର

କୋକସରା, ୦୫/୦୬/୨୦୨୫ (ଓଡ଼ିଶା ସମାଚାର)-   ରଘୁନାଥ ଟ୍ରାଭେଲ ର  ଗୌବର ନାମକ ଏକ ଘରୋଇ ବସ  ଭୁବନେଶ୍ୱର ରୁ ଉମରକୋଟ ଯାଉଥିବେଳେ ଆଜି ସକାଳ  (ଭୋର ୪ଟା ) ସମୟରେ କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ଚାରବାହାଲ ଠାରେ ଏକ ଆଳୁ ବୋଝେଇ ଟ୍ରକକୁ ଓଭରଟେକ କରି ଆଗକୁ ଯିବା ପାଇଁ ଚେଷ୍ଟା କରୁଥିବା ବେଳେ  ବସଟି ଟ୍ରକ ପଛପଟେ ପିଟିଦେଇଥିଲା ।

ଫଳରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୪ଜଣ ଗୁରୁତର ହୋଇଛନ୍ତି । ଗୁରୁତର ମାନଙ୍କୁ ପ୍ରଥମେ ଜୁନାଗଡ଼ ଡାକ୍ତରଖାନା ଓ ପରେ ଭବାନୀପାଟଣା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି । ମୃତ ବ୍ୟକ୍ତି ଜଣଙ୍କ ବିନୋଦ କୁମାର ବେହେରା  ଏବଂ ସେ ନବରଙ୍ଗପୁର ଜିଲ୍ଲାର ଜଣେ ଯନ୍ତ୍ରୀ ବୋଲି ଜଣାପଡିଛି ।

Leave a Reply

Your email address will not be published. Required fields are marked *