ଗୋଳାବାରୁଦ କାରଖାନାରେ ବିସ୍ଫୋରଣ ଘଟି ଜଣେ କର୍ମଚାରୀ ଗୁରୁତର ଆହତ

ବଲାଙ୍ଗୀର,୦୯/୦୪/୨୦୨୫ (ଓଡ଼ିଶା ସମାଚାର)- ବଲାଙ୍ଗୀର ଜିଲା ସଇଁତଳା ବ୍ଲକ ବଡ଼ମାଳ ଗୋଳାବାରୁଦ କାରଖାନାରେ ବୁଧବାର ରାସାୟନିକ ଦ୍ରବ୍ୟ ମିଶ୍ରଣ ବେଳେ ବିସ୍ଫୋରଣ ଘଟିଛି ।

ବିସ୍ଫୋରଣ ରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ଆହତ ହୋଇଥିବା ଚତୁର୍ଥ ଶ୍ରେଣୀ କର୍ମଚାରୀ ଶିବ ପ୍ରସାଦ ଭୋଇ । ତାଙ୍କୁ ରାଉରକେଲା ବର୍ଣ୍ଣ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ଦୂର୍ଘଟଣା ପରେ ସେଠାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରି ଦିଆଯାଇଛି।

Leave a Reply

Your email address will not be published. Required fields are marked *