କେନ୍ଦ୍ରାପଡ଼ା,୦୫/୦୫/୨୦୨୬ (ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ଜିଲାପାଳ ରଘୁରାମ ଆର. ଆୟରଙ୍କ ନିର୍ଦେଶକ୍ରମେ ଅବକାରୀ ଅଧୀକ୍ଷକ ବିପ୍ର ଚରଣ ମଣ୍ଡଳଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କେନ୍ଦ୍ରାପଡ଼ା ଜିଲାର କୁଦାନଗରୀ,କେନ୍ଦ୍ରାପଡ଼ା ସଦର,ନିକିରେଇ, ଜମ୍ବୁ ସାମୁଦ୍ରିକ ଓ ମହାକାଳପଡ଼ା ଥାନା ଅଧିନସ୍ଥ ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ସମୁଦାୟ ୭୮୬ ଲିଟର ବିଦେଶୀ, ଦେଶୀ, ଦେଶୀ ରନ୍ଧା ଚୋରାମଦ ଓ ଚୋରା ଗୁଡପୋଚ ମଦ ଜବତ କରାଯାଇ ୮ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି । 
ହନ୍ତପଡା ଗ୍ରାମର ସନାତନ ଦାସ(୫୪)ଙ୍କ ଠାରୁ ୩୦ ଲିଟର ଚୋରା ଦେଶୀ ମଦ, ଗଣେଷପୁର ଗ୍ରାମର ଅକ୍ଷୟ ମଳିକ(୪୮)ଙ୍କ ଠାରୁ ୨୨ ଲିଟର ଚୋରା ଦେଶୀ ମଦ, ବାରୁଅ ଗ୍ରାମର ସଞ୍ଜୟ ପରିଡା(୩୫)ଙ୍କ ଠାରୁ ୧୯ ଲିଟର ଚୋରା ଦେଶୀ ମଦ, ପ୍ରଭାକରପୁର ଗ୍ରାମର ରଜତ ରାଉତ(୪୯)ଙ୍କ ଠାରୁ ୨୫୧ ଲିଟର ଚୋରା ଗୁଡପୋଚ, ତାରା ଖିଲର(୪୨)ଙ୍କ ଠାରୁ ୩୫୫ ଲିଟର ଚୋରା ଗୁଡପୋଚ ଏବଂ ସୁକୃ ରାଉତ(୫୧)ଙ୍କ ଠାରୁ ୨୬ ଲିଟର ଚୋରା ଦେଶୀ ରନ୍ଧା ମଦ, ମଲଢିଅ ଗ୍ରାମର ଗଗନ ରାଉତ(୫୦)ଙ୍କ ଠାରୁ ୫୦ ଲିଟର ଚୋରା ବିଦେଶୀ ମଦ ଓ ମାନସ ମଣ୍ଡଳ(୪୫)ଙ୍କ ଠାରୁ ୩୩ ଲିଟର ଚୋରା ବିଦେଶୀ ମଦ ଜବତ କରାଯାଇ ସେମାନଙ୍କୁ ଗିରଫ କରାଯାଇଛି ।
ସେମାନଙ୍କ ପାଖରୁ ସମୁଦାୟ ୭୮୬ ଲିଟର ବିଦେଶୀ, ଦେଶୀ, ଦେଶୀ ରନ୍ଧା ଚୋରାମଦ ଓ ଚୋରା ଗୁଡପୋଚ ମଦ ଜବତ କରାଯାଇ ୮ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏହି ଚଢ଼ାଉରେ ଅବକାରୀ ଉପ ନିରୀକ୍ଷକ ଋତୁପ୍ରଭା ସ୍ୱାଇଁ, ପ୍ରିୟଦର୍ଶି ମାନସ ରଞ୍ଜନ ମିଶ୍ରଙ୍କ ସମେତ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ । ଜିଲା ପ୍ରଶାସନ ପକ୍ଷରୁ ଅବୈଧ ମଦ ବ୍ୟବସାୟ ବିରୁଦ୍ଧରେ ଏପରି ଅଭିଯାନ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ସୂଚନା ଦିଆଯାଇଛି ।
