ପଣ୍ଡିତ ଅଜୟ ପତିଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

କଟକ,୦୫/୦୫/୨୦୨୬ ( ଓଡିଶା ସମାଚାର /ଅଭୟ ଜେନା )- କଟକ ସଦର ଥାନା ତଥା ବାରଙ୍ଗ ବ୍ଲକ କୁରାଙ୍ଗଶାସନ ପଞ୍ଚାୟତରେ ଥିବା ବାବା ଶ୍ରୀରାମ ପ୍ରସାଦ ସଂସ୍କୃତ ଏକାଡ଼େମୀର ସହକାରୀ ପଣ୍ଡିତ ତଥା ନିଖିଳ ଉତ୍କଳ ସଂସ୍କୃତ ମହାମଣ୍ଡଳମ ସାଧାରଣ ସମ୍ପାଦକ ଅଜୟକୁମାର ପତିଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା  ଦିଆଯାଇଛି।

ଏହି ଉପଲକ୍ଷେ କୁରାଙ୍ଗଶାସନସ୍ଥ ଏକାଡ଼େମୀ ପରିସରରେ ଆଧ୍ୟାତ୍ମିକ ସ୍ତମ୍ଭକାର ଶ୍ରୀ ସନ୍ନ୍ୟାସୀ ଜୀ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ପଣ୍ଡିତ ଦୟାନିଧି ଦାଶ, ପ୍ରଫେସର ଡ.ବେଣୁଧର ପାଢ଼ୀ, ପ୍ରାକ୍ତନ କୃଷି ଉପନିର୍ଦ୍ଦେଶକ ବସନ୍ତକୁମାର ବିଶ୍ଵାଳ, ପ୍ରଧାନ ପଣ୍ଡିତ ଘନଶ୍ୟାମ ମୁଦୁଲି, ସଂସ୍କୃତି ବିଭାଗ ଅବସରପ୍ରାପ୍ତ ଅଧିକାରୀ ଭାବଗ୍ରାହୀ ସାହୁ, ପ୍ରାଚୀ ପ୍ରଜ୍ଞା ପରିଷଦ ଅଧକ୍ଷ ଅଶ୍ୱିନୀ ମହାପାତ୍ର, ପ୍ରାଚୀ ଗବେଷକ ହଂସନାଥ ସାହୁ, ଲେଖକ ସୁରେନ୍ଦ୍ରନାଥ ଛୋଟରାୟ, ଅଧ୍ୟାପକ ଚିନ୍ମୟ ଦାସ, ସଭାପତି ତ୍ରିଲୋଚନ ଜେନା, ଓଷ୍ଟା ସାଧାରଣ ସମ୍ପାଦକ ରଞ୍ଜନକୁମାର ଦାଶ, ଯୁଗ୍ମ ସମ୍ପାଦକ ବ୍ରଜକିଶୋର ବିଶ୍ଵାଳ ଓ କୋଷାଧ୍ୟକ୍ଷ ଅଶୋକ ମହାପାତ୍ର ଅତିଥିଭାବେ ଯୋଗଦେଇ ସେବା ନିବୃତ୍ତ ଅଜୟ ପତିଙ୍କ ଦୀର୍ଘ ୩୫ବର୍ଷର ଶୈକ୍ଷିକ ଜୀବନ ଉପରେ ଆଲୋକପାତ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ସୁରେନ୍ଦ୍ର ମହାପାତ୍ର, ଆଇନଜୀବୀ କବିନାରାୟଣ ଜେନା, କଳ୍ପତରୁ ଖୁଣ୍ଟିଆ, ସଂଗ୍ରାମ ରାଉତରାୟ, ସିଆରସିସି ପ୍ରଦ୍ୟୁମ୍ନ ଦାଶ, ତ୍ରିଲୋଚନ ବେହେରା, ପ୍ରଦ୍ୟୁମ୍ନ ପତି, ଚନ୍ଦ୍ରମଣି ପ୍ରଧାନ, ପଣ୍ଡିତ ଶରତକୁମାର ଆଚାର୍ଯ୍ୟ, ଡ. ଶରତ କୁମାର ରଥ, ମନୋରଞ୍ଜନ ଦାଶ, ଅନୁପ ସାସମଲ, ଇଂ.ସୁଶାନ୍ତ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଶ୍ରୀଯୁକ୍ତ ପତିଙ୍କୁ ଉଚ୍ଛସିତ ସମ୍ବନ୍ଧନା ଜ୍ଞାପନ ସହିତ ଏକ ସୁସଜ୍ଜିତ ବିମାନରେ ବସାଇ ଅଞ୍ଚଳ ପରିକ୍ରମା କରାଯାଇଥିଲା । ଅରୁଣକୁମାର ସାହୁ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲାବେଳେ ସଦାଶିବ ପାଲ, ରମେଶଚନ୍ଦ୍ର ପ୍ରଧାନ,ଦିଲୀପ ବେହେରା, ସୁଧାଂଶୁଶେଖର ମହାନ୍ତି, ବନବିହାରୀ ପାତ୍ର ଓ ଭବାନୀଶଙ୍କର ମିଶ୍ର ପ୍ରମୁଖ ଶିକ୍ଷକଗଣ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *