ଦି ଭଏସ ଜଷ୍ଟିସ ଫର ଅଲ୍ ଓ କେନ୍ଦ୍ରୀୟ ରାମଲୀଳା ପ୍ରଚାର ସମିତି ପକ୍ଷରୁ ଆଲୋଚନା ଚକ୍ର

କଟକ, ୩୧/୦୩/୨୦୨୬ ( ଓଡିଶା ସମାଚାର / ଅଭୟ ଜେନା  ) ସାମାଜିକ ସଂଗଠନ ଦି ଭଏସ ଜଷ୍ଟିସ ଫର ଅଲ ଓ କେନ୍ଦ୍ରୀୟ ରାମଲୀଳା ପ୍ରଚାର ସମିତି ମାରୁତି ମଣ୍ଡପ ଚୌଧୁରୀ ବଜାର ପକ୍ଷରୁ ଡାହାଳିଆବାଗ  ନୀଳକଣ୍ଠ ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ରାମଲୀଳା, ରାମମନ୍ଦିର ଓ ରାଷ୍ଟ୍ରବାଦୀ ଚିନ୍ତାଧାରା ଉପରେ ଅନୁଷ୍ଠିତ ଆଧ୍ୟାତ୍ମିକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି ।

କେନ୍ଦ୍ରୀୟ ସଭାପତି ମାରୁତିଶ୍ରୀ ଚୌଧୁରୀ କାଶୀନାଥ ମଲ୍ଲିକଙ୍କ ପୌରାହିତ୍ୟରେ ଅନୁଷ୍ଠିତ ସଭାରେ ମୁଖ୍ୟ ଉପଦେଷ୍ଟା ସମାଜସେବୀ ସୁରେନ୍ଦ୍ର ପଣ୍ଡା, ପ୍ରଭାତ କୁମାର ଦେବତା, ସ୍ୱାଧୀନଚେତା ମହାନ୍ତି, ପୂର୍ବତନ କର୍ପୋରେଟର କୌଶିକ ଜେନା, ନାରୀନେତ୍ରୀ ତଥା ମହିଳା କମିସନ ସଦସ୍ୟା ପ୍ରତିଭା ଶତପଥୀ ଓ ପୂର୍ବତନ କର୍ପୋରେଟର ରାଜକୁମାରୀ ସ୍ୱାଇଁ, ରବିନ୍ଦ୍ରନାଥ ସ୍ୱାଇଁ, ବିବେକାନନ୍ଦ ଦାସ,ରୋଟଆରିଆନ ଶରତ ଚନ୍ଦ୍ର ଖୁଣ୍ଟିଆ,ଦିଲୀପ କୁମାର ସ୍ବାଇଁ,ଆଡଭୋକେଟ ପ୍ରଫେସର ଡକ୍ଟର ଜ୍ଞାନଗୁରୁ ଦାସ ପ୍ରମୁଖ ଅତିଥି ଭାବେ ଯୋଗଦେଇ ରାମଦର୍ଶନ ଉପରେ ସୁସ୍ଥ ସମାଜ ଗଠନ ହୋଇପାରିବ ବୋଲି ପରାମର୍ଶ ଦେଇଥିଲେ । ସର୍ଵ ଶେଷରେ ଆଞ୍ଚଳିକ ଗ୍ରାମ୍ୟ କମିଟି ତଥା ସମାଜର ଲବ୍ଧ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଥିଲା।

 

 

Leave a Reply

Your email address will not be published. Required fields are marked *