ନିପୁଣ ଓଡ଼ିଶା ମିଶନ ଜିଲ୍ଲା ସ୍ତରୀୟ ଶୁଭ ଉନ୍ମୋଚନ ।

ଯାଜପୁର, ୨୬ /୯/୨୦୨୪ (ଓଡ଼ିଶା ସମାଚାର)-ଯାଜପୁର ଜିଲ୍ଲା ପ୍ରଶାସନ ଓ ସମଗ୍ର ଶିକ୍ଷା ବିଭାଗ ମିଳିତ ଆନୁକୁଲ୍ୟରେ ଗୁରୁବାର ପୂର୍ବାହ୍ନରେ ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ନିପୁଣ ଓଡ଼ିଶା ମିଶନ କାର୍ଯ୍ୟକ୍ରମର ଜିଲ୍ଲାସ୍ତରୀୟ ଶୁଭ ଉନ୍ମୋଚନ ହୋଇଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀଣୀ ଶ୍ରୀମତୀ ନିବେଦିତା ପାଣି, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ କୃତିବାସ ପାତ୍ର, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଅଜୟ କୁମାର ପାତ୍ର, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରାଜେଶ କୁମାର ସ୍ବାଇଁ , ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ଓ ପ୍ରତିଷ୍ଠାନର ଅଧ୍ୟକ୍ଷା ନିବେଦିତା ଗୁରୁ ଏବଂ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀଯୁକ୍ତ କାମିନୀ ରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତିରେ ନିପୁଣ ଓଡ଼ିଶା ମିଶନ ଲୋଗୋ, ଲିଫଲେଟ ଓ ସଙ୍ଗୀତର ଶୁଭ ଉନ୍ମୋଚନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ବ୍ଲକର ଶିକ୍ଷା ଅଧିକାରୀ, ସମ୍ବଳ ଅଧିକାରୀ , ପ୍ରଧାନ ଶିକ୍ଷକ ଏବଂ ଆଞ୍ଚଳିକ ସାଧନ କେନ୍ଦ୍ର  ସଂଯୋଜକ, ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ଓ ପ୍ରତିଷ୍ଠାନର ସମସ୍ତ ଶିକ୍ଷକ, ପ୍ରଶିକ୍ଷକ ଓ ପ୍ରଶିକ୍ଷିକା ଯୋଗ ଦେଇଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀଣୀ ଶ୍ରୀମତୀ ପାଣିଙ୍କ ମତରେ ପ୍ରାଥମିକ ସ୍ତରରେ ଛାତ୍ର ଛାତ୍ରୀମାନଙ୍କ ମୂଳଦୁଆ ସୁଦୃଢ଼ ହେଲେ ସେମାନଙ୍କ ମଧ୍ୟରେ ସାକ୍ଷରତା,ଭାଷା ଓ ଗଣିତ କ୍ଷେତ୍ରରେ ସର୍ବନିମ୍ନ ଦକ୍ଷତା ଗୁଡ଼ିକ ସୁନିଶ୍ଚିତ ହେବା ସହିତ ସେମାନଙ୍କର ଚିନ୍ତନ, ସମସ୍ୟା ସମାଧାନ ନିର୍ଣ୍ଣୟ କରିବାର କୌଶଳ ଓ ଦକ୍ଷତା ବୃଦ୍ଧି ପାଇବାରେ ସହାୟକ ହୋଇଥାଏ।ଏହି କାର୍ଯ୍ୟକ୍ରମ ବ୍ଲକ, ସ୍କୁଲ ଓ କ୍ଲଷ୍ଟର ସ୍ତରରେ ମଧ୍ୟ ଉନ୍ମୋଚନ ହେବ।ଏଥିରେ ବ୍ଲକ ସ୍ଥରୀୟ କ୍ଷେତ୍ରୀୟ ଅଧିକାରୀ ମାନଙ୍କର ଗୁରୁତ୍ୱପୂର୍ଣ ଭୂମିକା  ରହିଛି। ଅବିଭାବକ ଓ ଶିକ୍ଷକ ବୈଠକ ନିୟମିତ ବ୍ୟବଧାନରେ ଆୟୋଜନ କରିବାକୁ ଜିଲ୍ଲା ଶିକ୍ଷା ଅଧିକାରୀ ପରାମର୍ଶ ଦେଇଥିଲେ।ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଅଜୟ କୁମାର ପାତ୍ର ନିପୁଣ ଓଡ଼ିଶାର ଉଦ୍ଦେଶ୍ୟ, ଏହାର କାର୍ଯ୍ୟକାରିତା ଓ କ୍ରିୟାନ୍ଵୟନ ଉପରେ ବିଶେଷ ଭାବରେ ଆଲୋକପାତ କରିଥିଲେ।ଅଧ୍ୟକ୍ଷା ଡି ଆଇ ଇ ଟି ଶ୍ରୀମତୀ ନିବେଦିତା ଗୁରୁ କହିଲେ ରାଜ୍ୟ ସରକାର ଉକ୍ତ କାର୍ଯ୍ୟକ୍ରମକୁ ସେପ୍ଟେମ୍ବର ୫, ୨୦୨୪ ପବିତ୍ର ଗୁରୁଦିବସ ଦିନ ରାଜ୍ୟସ୍ତରରେ ଶୁଭାରମ୍ଭ କରିଥିଲେ।ଏହି କାର୍ଯ୍ୟକ୍ରମ ଦ୍ୱାରା ପିଲାଙ୍କର ମୌଳିକ ସାକ୍ଷରତା, ଭାଷାଜ୍ଞାନ ଓ ସଂଖ୍ୟାଜ୍ଞାନ ପରିପ୍ରକାଶ ପାଇବ। ସେମାନେ ଯୋଗ, ବିୟୋଗ, ଗୁଣନ ଓ ହରଣ ଠିକ ଭାବେ କରିପାରିବେ। ପ୍ରାରମ୍ଭରେ ରାଜେଶ କୁମାର କର ମହାପାତ୍ର, ଶୈକ୍ଷିକ ଓ ସଂଯୋଜକ, ଅତିଥି ମାନଙ୍କ ପରିଚୟ ପ୍ରଦାନ କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।ଯୋଜନା ସହାୟିକା ପ୍ରିୟମ୍ବଦା ମିଶ୍ର କାର୍ଯ୍ୟକ୍ରମ ରେ ସହାୟତା କରିଥିଲେ ।

Leave a Reply

Your email address will not be published. Required fields are marked *