ସମ୍ବଲପୁର, ୩୧/୦୭/୨୦୨୬ (ଓଡ଼ିଶା ସମାଚାର)-ହୀରାକୁଦ ଡ୍ୟାମ୍ରେ ବଢୁଥିବା ଜଳସ୍ତର ପ୍ରଶାସନର ଚିନ୍ତା ବଢ଼ାଇଛି। ଜଳଭଣ୍ଡାରକୁ ଲଗାତାର ଅଧିକ ପାଣି ପ୍ରବେଶ କରୁଥିବାରୁ ପର୍ୟ୍ୟାୟକ୍ରମେ ଆଜି ଗୋଟିଏ ଦିନରେ ୨୦ଟି ଗେଟ୍ ଖୋଲାଯାଇଛି। ୩ୟ ପର୍ୟ୍ୟାୟ ରେ ୮ ଟି ଗେଟ୍ ଖୋଲଯିବା ପରେ ମୋଟ୍ ୨୨ଟି ଗେଟ୍ ଖୋଲା ଯାଇଛି । ବର୍ତ୍ତମାନ ମୋଟ୍ ୨୨ ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି।
ଲଗାଣ ବର୍ଷା ଯୋଗୁଁ ତଳ ମୁଣ୍ଡରେ, ବିଶେଷ କରି ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ବନ୍ୟାସ୍ଥିତି ଜଟିଳ ଥିଲା। ପୂର୍ଣ୍ଣିମା ଥିଲା ତେଣୁ ସମୁଦ୍ରକୁ ପାଣି ଟାଣିବ ନାହିଁ । ଏସବୁକୁ ଦୃଷ୍ଟିରେ ରଖି ଗୁରୁବାର ପର୍ୟ୍ୟନ୍ତ କେବଳ ଗେଟ୍ ସଂଖ୍ୟା ୨ରେ ସୀମିତ ରଖାଯାଇଥିଲା। ତଳମୁଣ୍ଡର ସ୍ଥିତି ସୁଧୁରିବା ପରେ ଆଜି ଦିନ ୧୦ଟାରୁ ସଂଧ୍ୟା ୬ଟା ମଧ୍ୟରେ ପର୍ୟ୍ୟାୟ କ୍ରମେ ୨୦ଟି ଗେଟ୍ ଖୋଲାଯାଇଛି। ବର୍ତମାନ ୨୨ ମୋଟ୍ ଟି ଗେଟ୍ ଖଲା ଯାଇ ବନ୍ୟାଜଳ ନିସ୍କାସନ କରାଯାଉଛି ।
ହୀରାକୁଦ ନଦୀବନ୍ଧରେ ମୋଟ୍ ୯୮ଟି ଗେଟ୍ ରହିଛି । ଏଥିରୁ ୬୪ଟି ସ୍ଲୁଇସ୍ ଗେଟ୍ ଓ ୩୪ଟି କ୍ରେଷ୍ଟ ଗେଟ୍ ରହିଛି । ବର୍ତ୍ତମାନ ବାମ ସ୍ପିଲ୍ୱେର ୧୫ ଓ ଡାହାଣ ପାର୍ଶ୍ବର ୭ଟି ଗେଟ୍ ଖୋଲା ରହିଛି। ହୀରାକୁଦ ନଦୀବନ୍ଧରେ ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୩୦ ଫୁଟ୍ । ଆଜି ଶୁକ୍ରବାର ସଂଧ୍ୟା ୬ଟା ବେଳେ ଜଳଭଣ୍ଡାରର ଜଳସ୍ତର ୬୨୫.୧୫ ଫୁଟ୍ ରହିଛି।
