ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ,ରାମପୁର ପରିସରରେ ପ୍ଲାଷ୍ଟିକ ମୁକ୍ତ ସଚେତନତା କାର୍ଯ୍ୟକ୍ରମ ।

ଯାଜପୁର,୦୩/୦୨/୨୦୨୪ (ଓଡ଼ିଶା ସମାଚାର /ସୁରେଶ କୁମାର କର)-  ପରିବେଶ ଅଧ୍ୟୟନ କେନ୍ଦ୍ର (CES) ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ଓଡିଶା  ପକ୍ଷରୁ ପ୍ଲାଷ୍ଟିକ ର ବ୍ୟବହାର କୁ ନିଷେଧ ତଥା ହ୍ରାସ କରିବା ସହିତ ଏକକ ବ୍ୟବହୃତ ପ୍ଲାଷ୍ଟିକ ବ୍ୟବହାର କୁ ବର୍ଜନ ସହିତ ଏହାର ବିକଳ୍ପ ପୁନଃ ଚକ୍ରଣ ଇତ୍ୟାଦି ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ପଂଚାୟତ ଉଚ୍ଚ ବିଦ୍ୟାଳୟ ରାମପୁର ଠାରେ ଅନୁଷ୍ଠିତ ହୋଇଯାଇଛି ।

ପ୍ରଥମ ପର୍ଯ୍ୟାୟରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଏହା ଉପରେ ପ୍ରବନ୍ଧ ଓ ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇଥିଲା, ଶହେ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଏହି ପ୍ରତିଯୋଗିତା ରେ ଅଂଶଗ୍ରହଣ କରିଥିଲେ । ଛାତ୍ର ଛାତ୍ରୀ ମାନେ ଅତି ଉଚ୍ଚ ମାନର ପ୍ରବନ୍ଧ ଲେଖିବା ସହିତ ପ୍ଲାଷ୍ଟିକ ବ୍ୟବହାର ବର୍ଜନ ଉପରେ ସୁନ୍ଦର ସୁନ୍ଦର ଚିତ୍ର ମାନ ଅଙ୍କନ କରିଥିଲେ । ପ୍ରତିଯୋଗିତା ଶେଷରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ନିର୍ମଳ କୁମାର ଜେନା ଙ୍କ ସଭାପତିତ୍ବ ରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ଅନ୍ୟମାନଙ୍କ ମଧ୍ୟରେ CES ର ଯୋଜନା ସହାୟକ ଶ୍ରୀଯୁକ୍ତ ଭରତ ଚନ୍ଦ୍ର ଜେନା,ପ୍ରୋଗ୍ରାମ ଏକଜୁକ୍ଟିଭ ଶ୍ରୀଯୁକ୍ତ ସୁଶାନ୍ତ କୁମାର ନାୟକ,ଶ୍ରୀଯୁକ୍ତ ସୁଶାନ୍ତ କୁମାର ଲେଙ୍କା,ସି.ଇ.ଓ,ଏ.ଆଇ.ସି -ଏ.ୟୁ.ଡି.ଏଫ -,ନିଉ ଦିଲ୍ଲୀ   ଶ୍ରୀଯୁକ୍ତ ଶୁଭ୍ରାଂଶୁ ଶେଖର ସାମଲ,ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ପ୍ରତାପ କୁମାର ଦାସ,ଶ୍ରୀଯୁକ୍ତ ପଞ୍ଚାନନ ଜେନା ଓ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ,ଶିକ୍ଷା କର୍ମଚାରୀ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ । ବକ୍ତା ମାନେ ପ୍ଲାଷ୍ଟିକ ର ବହୁଳ ବ୍ୟବହାର ଦ୍ୱାରା ପରିବେଶ ଉପରେ ତାର କୁପ୍ରଭାବ ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ । ପ୍ଲାଷ୍ଟିକ ର ବ୍ୟବହାର ହ୍ରାସ କରିବା ସହିତ ଏହାର ବିକଳ୍ପ ବ୍ୟବହାର ଉପରେ ଗୁରୁତ୍ୱ ଆରୋପ କରିଥିଲେ  ଏହା ସହିତ କିଭଳି ଭାବରେ ବିଶ୍ୱ ଜଳବାୟୁ ପରିବର୍ତନ ହେଉଛି ତା ଉପରେ ଆଲୋଚନା କରିଥିଲେ ।

ଏହି ଆଲୋଚନାଚକ୍ର ଓ ସଚେତନତା କାର୍ଯ୍ୟକ୍ରମ ଅତ୍ୟନ୍ତ ହୃଦୟସ୍ପର୍ଶି ହେବା ସହିତ ଛାତ୍ର ଛାତ୍ରୀ ଙ୍କ ଉପରେ ପ୍ରଭାବ ପକାଇଥିଲା । ଉଭୟ ବିଭାଗ ପ୍ରବନ୍ଧ ଓ ଚିତ୍ରାଙ୍କନ ପ୍ରତିଯୋଗିତା ରେ ପ୍ରଥମ ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀ ତଥା ସାନ୍ତ୍ୱନା ମୂଳକ ଭାବରେ ଚତୁର୍ଥ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀ ଙ୍କୁ ସାର୍ଟିଫିକେଟ ସୁନ୍ଦର  ସୁନ୍ଦର ଆକର୍ଷଣୀୟ ଷ୍ଟିଲ ପାଣି ବୋତଲ, କଫି କପ ଓ ଖାତା ଆଦି ପୁରସ୍କାର ଆକାରରେ ପ୍ରଦାନ କରାଯାଇଥିଲା ।

 ଶିକ୍ଷକ ଶିକ୍ଷିକା ଅତିଥି ଓ ଅନ୍ୟମାନଙ୍କୁ ଆକର୍ଷଣୀୟ କଫି କପ ଆଦି ପ୍ରଦାନ କରାଯାଇ ସଚେତନତାର ବାର୍ତା ଦିଆଯାଇଥିଲା । ଶିକ୍ଷକ ସୁବାଷ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ସଭା ପରେ ଛାତ୍ର ଛାତ୍ରୀ ଓ ଉପସ୍ଥିତ ସମସ୍ତ ଅତିଥି ମାନେ ଏକ ଶପଥ ପାଠ କରିଥିଲେ । ସମସ୍ତେ ଏକ ବିରାଟ ପଟୁଆର ରେ ଧାଡି ବାନ୍ଧି ରାଲି ରେ ଯାଇ ରାମପୁର ଗ୍ରାମ ପରିକ୍ରମା କରିଥିଲେ । ବିଭିନ୍ନ ସ୍ଲୋଗାନ ଦେଇ ଓ ଲିଫଲେଟ ବଣ୍ଟନ କରି କିଭଳି ପରିବେଶ କୁ ସ୍ୱଚ୍ଛ ରଖିପାରିବା ଓ ଜଳବାୟୁ ପରିବର୍ତନ ରୁ ବିଶ୍ୱକୁ ସୁରକ୍ଷା ଦେଇପାରିବା ସେବିଷୟରେ ଲୋକମାନଙ୍କୁ ସଚେତନତା ର ବାର୍ତା ପ୍ରଦାନ କରିଥିଲେ  । ଏ ସମସ୍ତ କାର୍ଯ୍ୟକ୍ରମ କୁ CES ର ଯୋଜନା ସହାୟକ ଶ୍ରୀଯୁକ୍ତ ଜେନା ତାଙ୍କର ସହକର୍ମୀ ପରିଚାଳନା କରିଥିଲେ ଓ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷାକର୍ମୀ ମାନେ ସହଯୋଗ ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *