ଜୁନାଗଡ଼,୦୪/୦୧/୨୦୨୫ (ଓଡ଼ିଶା ସମାଚାର /ରାକେଶ ବେମାଲ)-ପ୍ରିୟଦର୍ଶିନୀ ଇନ୍ଦିରା ଡିଗ୍ରୀ କଲେଜ ର ବୟାଳିଶିତମ ବାର୍ଷିକ କ୍ରୀଡା ଉଦଯାପିତ ହୋଇଯାଇଛି । ଉଦ୍ଘାଟନୀ ଉତ୍ସବରେ ଶ୍ରୀମତୀ ସାଗରିକା ଦାସ ପ୍ରାଧ୍ୟାପିକା ବିଭାଗୀୟ ମୁଖ୍ୟ ଇତିହାସ ବିଭାଗ ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସଭାରେ ଅଧ୍ୟକ୍ଷ ଶ୍ରୀ ବିଭୂତି ଭୂଷଣ ମେହେର ସଭାପତିତ୍ବ କରିଥିଲେ । ସମ୍ମାନିତ ଅତିଥି ଭାବେ ପ୍ରାଧ୍ୟାପକ ଶ୍ରୀ ଆଦିତ୍ୟ କୁମାର ଖମାରି, ପ୍ରାଧ୍ୟାପକ କୈଳାଶ ଚନ୍ଦ୍ର ମେହେର, ଅଧ୍ୟାପକ ଶ୍ରୀ ପ୍ରିୟବ୍ରତ ବାନୁଆ, ଶ୍ରୀ ନେତ୍ରା ନନ୍ଦ ପ୍ରଧାନ, ଶ୍ରୀ ବିଶ୍ଵ ରଞ୍ଜନ ବେହେରା, ଇମରାନ ଖାନ୍, ଶ୍ରୀ ରାଜେଶ ପଟେଲ, ଶ୍ରୀ ହେମନ୍ତ ରଣା , ଶ୍ରୀମତୀ ସଶ୍ମିତା ପଣ୍ଡା, ଶ୍ରୀମତୀ ସପନା ପ୍ରଧାନ, ଶ୍ରୀ ଶୁଭାଶିଶ ପାଣିଗ୍ରାହୀ, ଶ୍ରୀ ବଦଲ୍ ଗଉଡ, ଶ୍ରୀ ସଦାନନ୍ଦ ମରାଇ, ଶ୍ରୀମତୀ ପୂର୍ଣ୍ଣମାସି ମାଝୀ, ମିସ୍ ଯସମୀନ ବନିତା ସାହୁ, ଶ୍ରୀମତୀ ଅମିତା ମେହେର, ମିସ୍ ନତାଶା ମହାପାତ୍ର, ଶ୍ରୀ ଆକାଶ ମେହେର ଶ୍ରୀ ଆର୍ତ୍ତତ୍ରାଣ ସାହୁ, ଶ୍ରୀ ସୁଧାକର ପାଲ୍, ଶ୍ରୀ ଜନ୍ମେଜୟ ମେହେର,
ଶ୍ରୀ ବସନ୍ତ ମାଝୀ, ଶ୍ରୀ ରିଷଭ ବାନୁଆ, ଶ୍ରୀ ଆଦର୍ଶ ପଣ୍ଡା ଯୋଗ ଦେଇ ଥିଲେ । ଖେଳ ଶିକ୍ଷକ ଶ୍ରୀ ସମୀର କୁମାର ସାହୁ ସମସ୍ତ ଖେଳକୁ ତଦାରଖ କରିଥିଲେ । ଶ୍ରୀ ଦୂର୍ଗା ପ୍ରସାଦ ସିଂହ ଚମେଲୀ ଦେବୀ କଲେଜ ରୁ ଡେପୁ ଟେସନ ରେ ଆସି ସହଯୋଗ କରିଥିଲେ । ବିକାଶ, କୁନି, ଗୁପ୍ତେ, ତ୍ରିଭୁବନ, ପ୍ରବୀଣ ଓ ଅନ୍ୟ କର୍ମଚାରୀ ମାନେ ସହଯୋଗ କରିଥିଲେ । ଉଦଯାପନୀ ଉତ୍ସବ ରେ ସଫଳ ବ୍ୟବସାୟୀ ତଥା ସମାଜସେବୀ ଶ୍ରୀ ଲଳିତ ଅଗ୍ରୱାଲ ମୁଖ୍ୟଅତିଥି ଭାବେ ଓ ହିମଦ୍ରି ସିନ୍ଦୂର, ହିମାଂଶୁ ବରାଡ, ସରୋଜ ପଣ୍ଡା ବିଭୁତି ଭୂଷଣ ପଣ୍ଡା, କାଳିଆ କନ୍ଧପାନ, ରାକେଶ ବେମାଲ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଥିଲେ ଦୁଇଶହ କୋଡ଼ିଏ ଜଣ କ୍ରୀଡାବିତ୍ ଖେଳାଳି ଭାବେ ଭାଗନେଇଥିଲେ । ୧୦୦,୨୦୦,୪୦୦,୮୦୦,୧୫୦୦,ମିଟର ରନ୍, ଲମ୍ବ ଦିଆ, ଉଚ୍ଚ ଦିଆ, ଗୋଲା ଫିଙ୍ଗା, ଡିସକସ୍ ଫିଙ୍ଗା, ବର୍ଚ୍ଛା ଫିଙ୍ଗା ଉଭୟ ବାଳକ ଓ ବାଳିକା ବିଭାଗ ର ପ୍ରତିଯୋଗୀତା ହୋଇଥିଲା ।
ପ୍ରିୟଦର୍ଶିନୀ ଇନ୍ଦିରା ଡିଗ୍ରୀ କଲେଜ ର ବୟାଳିଶିତମ ବାର୍ଷିକ କ୍ରୀଡା ଉଦଯାପିତ
